ପୁଲିସ ଏନକାଉଣ୍ଟରରେ ନିହତ ହେଲା ଦୁଷ୍କର୍ମକାରୀ

Spread the love

ପୁଲିସ୍ ଗୁଳିରେ ଟଳିଲା ଦୁଷ୍କର୍ମକାରୀ । ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗନା ଜିଲ୍ଲା ବରୁଇପୁରରେ ନିକଟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି ।କ୍ରାଇମ୍ ସିନ୍ ରିକ୍ରିଏସନ ବେଳେ ପ୍ରଭାସ ପୁଲିସ୍ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା । ଏହି ସମୟରେ ପୁଲିସ୍ ପ୍ରଭାସକୁ ଏନକାଉଣ୍ଟର କରଛି । ପ୍ରଭାସର ମା’ ମୃତଦେହ ନେବାକୁ ମନା କରିବା ସହି କର୍ମ ଫଳ ମିଳିଛି ବୋଲି କହିଛନ୍ତି ।ପୁଲିସ ସୂଚନା ଅନୁଯାୟୀ, ଗତକାଲି ସିନ୍ ରିକ୍ରିଏସନ୍ ପାଇଁ ନେଉଥିବା ବେଳେ ପ୍ରଭାସ ମଣ୍ଡଳ ଜଣେ ପୁଲିସ କର୍ମଚାରୀଙ୍କ ରାଇଫଲ୍ ଛଡ଼ାଇ ନେଇ ଗୁଳି କରିବା ସହ ଖସିଯିବାକୁ ଚେଷ୍ଟା କରିଥିଲା । ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା । ପୁଲିସ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯାହା ଫଳରେ ପ୍ରଭାସ ମଣ୍ଡଳ ଦେହରେ ଗୁଳି ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜୁଲାଇ ୪ ତାରିଖରେ ବରୁଇପୁରରେ ଜଣେ ୧୧ ବର୍ଷୀୟା ଝିଅ ନିଖୋଜ ହୋଇଯାଇଥିଲା । ପରେ ତାଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମର ପ୍ରମାଣ ମିଳିଥିଲା । ପୁଲିସ ପ୍ରଭାସ ମଣ୍ଡଳ ସମେତ ଦୁଇଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତ ହେଉଛନ୍ତି ଆନନ୍ଦ ସର୍ଦ୍ଦାର। ଜୁଲାଇ ୫ ତାରିଖରେ, ଏକ ପୋଖରୀରୁ ଝିଅଟିର ମୃତଦେହ ଉଦ୍ଧାର ହୋଇଥିଲା । ପୁଲିସ ସେହି ଅଞ୍ଚଳର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛି, ଯେଉଁଥିରେ ୪ ଜଣ ବ୍ୟକ୍ତି ଝିଅଟିକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି ।

  • Related Posts

    ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି

    Spread the love

    Spread the loveବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୬୨ ହଜାର ୭୫୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୩୦ ହଜାର…

    Leave a Reply

    Your email address will not be published. Required fields are marked *

    You Missed

    ପୁଲିସ ଏନକାଉଣ୍ଟରରେ ନିହତ ହେଲା ଦୁଷ୍କର୍ମକାରୀ

    • By admin
    • July 8, 2026
    • 8 views
    ପୁଲିସ ଏନକାଉଣ୍ଟରରେ ନିହତ ହେଲା ଦୁଷ୍କର୍ମକାରୀ

    ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି

    • By admin
    • July 8, 2026
    • 4 views
    ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି