ସୁନ୍ଦରଗଡ଼ ଲାଇଭ୍: ରାଜ୍ୟରେ ଜାରି ରହିଥିବା ଶିକ୍ଷକ ଆନ୍ଦୋଳନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ୱୟଂ ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଶିକ୍ଷକମାନଙ୍କ ସହ ସୀଧାସଳଖ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମନ୍ତ୍ରୀ ଦ୍ୱୟ ଶିକ୍ଷକମାନଙ୍କୁ ନିଜର ଆନ୍ଦୋଳନ ପ୍ରତ୍ୟାହାର କରିନେବାକୁ ଆହ୍ୱାନ ଜଣାଇଛନ୍ତି।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଲୋଚନା ମାଧ୍ୟମରେ ହିଁ ସମସ୍ତ ସମସ୍ୟାର ସମାଧାନ ବାହାରିପାରିବ। ଶିକ୍ଷକମାନଙ୍କ ବିଭିନ୍ନ ଦାବିର ତଦାରଖ ଓ ରେଜିଷ୍ଟ୍ରେସନ୍ ପାଇଁ ଗଠନ କରାଯାଇଥିବା କମିଟି ନିଜର ତଥ୍ୟ ସଂଗ୍ରହ ଶେଷ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିସାରିଛି। ଏହି ୮୦୦ ପୃଷ୍ଠା ବିଶିଷ୍ଟ ବିସ୍ତୃତ ରିପୋର୍ଟକୁ ଆଧାର କରି ରାଜ୍ୟ ସରକାର ଖୁବ୍ କମ୍ ସମୟ ମଧ୍ୟରେ ଏକ ସକାରାତ୍ମକ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।





