ସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ଚାଷୀଙ୍କ ସୁରକ୍ଷା, ଖରିଫ ଋତୁର ଧାନ/ଚାଉଳ ନ ଉଠିବା ଏବଂ କୃଷକ ସମସ୍ୟାର ବିଫଳତାକୁ ନେଇ ସେପ୍ଟେମ୍ବର ୧୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଆନ୍ଦୋଳନ କ୍ରମରେ ପ୍ରତି ଜିଲ୍ଲାରେ ୨ ଦିନ ଲେଖାଏଁ ପ୍ରତିବାଦ ସଭା କରାଯିବ ବୋଲି କିସାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ଘୋଷଣା କରିଛନ୍ତି।
କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଦେବାଶିଷ ପଟ୍ଟନାୟକ FCI ଚାଉଳ ଉଠାଉ ନଥିବା ନେଇ ଯୋଗାଣ ମନ୍ତ୍ରୀଙ୍କ ବକ୍ତବ୍ୟ ‘ଡବଲ ଇଞ୍ଜିନ୍’ ସରକାରର ମୁଖା ଖୋଲିଦେଇଛି। ପଶ୍ଚିମ ଓଡ଼ିଶା ଭଳି ଭାତହାଣ୍ଡିରେ ଧାନ ନ ବିକ୍ରି ହୋଇ ପଡ଼ିରହିବା ପରିତାପର ବିଷୟ। ସେହିପରି ସମବାୟ ସେଲ୍ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ସରକାର MSP ବୃଦ୍ଧି କରିଛନ୍ତି ସତ, କିନ୍ତୁ ଧାନ ନ କିଣିବା ଯୋଗୁଁ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। MSP କୁ ଆଇନଗତ ନିୟମରେ ପରିଣତ ନ କରିବା ସରକାରଙ୍କ ମନ୍ଦ ଅଭିସନ୍ଧିକୁ ଦର୍ଶାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶ ମଧ୍ୟ ଉପସ୍ଥିତ ଥିଲେ।





