ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

Spread the love

ସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ଭୋଟରଙ୍କ ମନ ଜିଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ଏବେଠୁ ନିଜ ନିଜର ପ୍ରସ୍ତୁତି ଓ ରଣନୀତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ସବୁକିଛି ଠିକ୍‌ଠାକ୍‌ ରହିଲେ ଆସନ୍ତା ୬ ମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ।

ଆସନ୍ତା ଏପ୍ରିଲ୍‌ ୨ ତାରିଖରେ ବର୍ତ୍ତମାନର ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ।ମାର୍ଚ୍ଚ ମାସରେ ମୋଟ ୫ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଚଳାଇଛନ୍ତି।

ତିନି ପ୍ରମୁଖ ଦଳର ପ୍ରସ୍ତୁତି ଓ ରଣନୀତି ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ନୂଆପଡ଼ା ଉପନିର୍ବାଚନରେ ସଫଳତା ପରେ ଦଳ ନିୟମିତ ବୈଠକ କରି ସଂଗଠନ ସୁଦୃଢ଼ କରୁଛି। ଜନସାଧାରଣଙ୍କ ସହ ସମ୍ପର୍କ ବୃଦ୍ଧି କରିବା ସହ ସରକାରୀ ଯୋଜନାର ବ୍ୟାପକ ପ୍ରଚାରପ୍ରସାର ଉପରେ ଗୁରୁତ୍ୱ ଦେଉଛି। ଗ୍ରାମାଞ୍ଚଳରେ ସରକାରଙ୍କ ଗ୍ରହଣୀୟତା ବଢ଼ାଇବାକୁ ସହିତ ଶାସନ ଦଖଲ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି।

ସେହିପରି ବିଜୁ ଜନତା ଦଳ (ବିଜେଡି) ଶାସନରୁ ବାହାରିଥିଲେ ବି ପଞ୍ଚାୟତ ସ୍ତରରେ ବିଜେଡିର ମଜବୁତ ସଂଗଠନ ଓ ଭିତ୍ତିଭୂମି ରହିଛି। ନେତା ଓ କର୍ମୀମାନଙ୍କ ସହ ଆଲୋଚନା ଓ ବୈଠକ କରି ସଂଗଠନକୁ ପୁନର୍ବାର ସକ୍ରିୟ କରାଯାଉଛି। ନିଜର ପୁରୁଣା ଗ୍ରାମୀଣ ଦୁର୍ଗକୁ ବଜାୟ ରଖି ଗ୍ରାମୀଣ ଭୋଟ୍‌ରେ କମ୍‌ବ୍ୟାକ୍‌ କରିବାକୁ ଦଳ ଉଦ୍ୟମ ଚଳାଇଛି।

କଂଗ୍ରେସ ନିଜର ନୂଆ ଟିମ୍‌ ସହ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରଖିଛି। ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତିର ଫାଇଦା ନେଇ ଦଳୀୟ ସଂଗଠନ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବାକୁ ଦଳ ଲକ୍ଷ୍ୟ ରଖିଛି। ଗତ ସାଧାରଣ ନିର୍ବାଚନ ପରେ ରାଜ୍ୟର ରାଜନୈତିକ ସମୀକରଣ ବଦଳିଥିବାରୁ ଏହି ପଞ୍ଚାୟତ ନିର୍ବାଚନ ତିନି ଦଳ ପାଇଁ ନିଜ ନିଜର ପତିଆରା ଦେଖାଇବା ପାଇଁ ଏକ ବଡ଼ ଆହ୍ୱାନ ହେବ।

Related Posts

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ଚାଷୀଙ୍କ ସୁରକ୍ଷା, ଖରିଫ ଋତୁର ଧାନ/ଚାଉଳ ନ ଉଠିବା ଏବଂ କୃଷକ ସମସ୍ୟାର ବିଫଳତାକୁ ନେଇ ସେପ୍ଟେମ୍ବର ୧୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ…

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ଓଡ଼ିଶାରେ ପୁଣି ମ୍ୟାଲେରିଆ ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ଭେକ୍ଟର ଜନିତ ରୋଗ ନିୟନ୍ତ୍ରଣ କେନ୍ଦ୍ର (NCVBDC) ର ସମ୍ପ୍ରତି ରିପୋର୍ଟ ଅନୁଯାୟୀ, ଦେଶରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ଓଡ଼ିଶା…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 20 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 7 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 14 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 12 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 32 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 142 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ