ଅକ୍ଟୋବରରୁ ଭାରତ-ବାଂଲାଦେଶ ମଧ୍ୟରେ ରେଳ ସେବା ଆରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି

Spread the love

ସୁନ୍ଦରଗଡ଼ ଲାଇଭ୍ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଦୁଇ ଦେଶ ମଧ୍ୟରେ ପୁଣି ଥରେ ରେଳ ସେବା ଆରମ୍ଭ କରିବା ସହ ଏକ ନୂତନ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତି ଜୋରଦାର ହେଉଛି। ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ବନ୍ଦ ରହିଥିବା ଟ୍ରେନ୍‌ଗୁଡ଼ିକ ପୁଣି ଟ୍ରାକ୍‌କୁ ଫେରିବା ନେଇ ଆଶା କରାଯାଉଛି।

ଏହି ପରିପ୍ରେକ୍ଷୀରେ ଭାରତ ଓ ବାଂଲାଦେଶର ରେଳ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ବାଂଲାଦେଶର ରାଜଶାହୀରୁ କୋଲକାତା ମଧ୍ୟରେ ଏକ ନୂତନ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତାବ ଦିଆଯିବ। ଏହାସହିତ ପୂର୍ବରୁ ବନ୍ଦ ରହିଥିବା ମୈତ୍ରୀ ଏକ୍ସପ୍ରେସ, ମିତାଲୀ ଏକ୍ସପ୍ରେସ ଏବଂ ବନ୍ଧନ ଏକ୍ସପ୍ରେସକୁ ପୁଣି ଥରେ ଚଳାଇବାକୁ ନିଷ୍ପତ୍ତି ନିଆଯାଇପାରେ।

ଅନ୍ୟପଟେ ମୈତ୍ରୀ ଏକ୍ସପ୍ରେସର ରୁଟ୍‌ରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ପୂର୍ବରୁ ଏହା ଯମୁନା ବ୍ରିଜ୍ ଦେଇ ଯାଉଥିବା ବେଳେ ଏବେ ବାଂଲାଦେଶ ଏହାକୁ ପଦ୍ମା ବ୍ରିଜ୍ ଦେଇ ଚଳାଇବାକୁ ଆଗ୍ରହ ଦେଖାଇଛି। ତେବେ ଉଭୟ ଦେଶର ସମ୍ମତି ପରେ ହିଁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ ଯେ, ଜୁଲାଇ ୨୦୨୪ରେ ବାଂଲାଦେଶରେ ହୋଇଥିବା ବ୍ୟାପକ ହିଂସା ଏବଂ ରାଜନୈତିକ ଅସ୍ଥିରତା କାରଣରୁ ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନ୍ ସେବାକୁ ବନ୍ଦ ରଖାଯାଇଥିଲା। ଏବେ ପୁଣି ଥରେ ରେଳ ଚଳାଚଳ ଆରମ୍ଭ ହେଲେ ଦୁଇ ଦେଶ ମଧ୍ୟରେ ଯାତାୟାତ ସହଜ ହେବା ସହ ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ ହେବ ଏବଂ ସାଧାରଣ ଜନତା ବିଶେଷ ଭାବେ ଉପକୃତ ହେବେ।

Related Posts

ସରକାରୀ ବିଭାଗ ବିରୋଧରେ ୭୦,୫୮୪ ଦୁର୍ନୀତି ଅଭିଯୋଗ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ଗତ ବର୍ଷ ଦେଶର ବିଭିନ୍ନ ସରକାରୀ ସଂସ୍ଥା ଓ ମନ୍ତ୍ରଣାଳୟଗୁଡ଼ିକ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଥିବା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ମୋଟ…

ନେପାଳରେ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୩୩୨କୁ ବୃଦ୍ଧି

Spread the love

Spread the loveସୁନ୍ଦରଗଡ଼ ଲାଇଭ୍: ନେପାଳର ରସୁୱା ଅଞ୍ଚଳରେ ଘଟିଥିବା ପ୍ରଳୟକାରୀ ବନ୍ୟା ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୩୨ରେ ପହଞ୍ଚିଥିବା ବେଳେ ୧୫୦୦ରୁ ଅଧିକ ଲୋକ ନିଖୋଜ ଥିବାରୁ ଏହି ସଂଖ୍ୟା ଆହୁରି…

Leave a Reply

Your email address will not be published. Required fields are marked *

You Missed

ଦିଲ୍ଲୀ ପିଜି ଟ୍ରାଜେଡି ପରେ ଓଡ଼ିଶାରେ ଆକ୍ସନ: ଭଙ୍ଗାଯିବ ଅସୁରକ୍ଷିତ କୋଠା

  • By admin
  • September 8, 2026
  • 3 views
ଦିଲ୍ଲୀ ପିଜି ଟ୍ରାଜେଡି ପରେ ଓଡ଼ିଶାରେ ଆକ୍ସନ: ଭଙ୍ଗାଯିବ ଅସୁରକ୍ଷିତ କୋଠା

ପେନ୍‌ସନ୍‌ ଟଙ୍କା ଆତ୍ମସାତ୍ ଅଭିଯୋଗରେ ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

  • By admin
  • September 8, 2026
  • 3 views
ପେନ୍‌ସନ୍‌ ଟଙ୍କା ଆତ୍ମସାତ୍ ଅଭିଯୋଗରେ ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

 ଅକ୍ଟୋବରରୁ ଭାରତ-ବାଂଲାଦେଶ ମଧ୍ୟରେ ରେଳ ସେବା ଆରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି

  • By admin
  • September 8, 2026
  • 4 views
 ଅକ୍ଟୋବରରୁ ଭାରତ-ବାଂଲାଦେଶ ମଧ୍ୟରେ ରେଳ ସେବା ଆରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

  • By admin
  • September 7, 2026
  • 17 views
ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

  • By admin
  • September 7, 2026
  • 8 views
ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

  • By admin
  • September 7, 2026
  • 6 views
ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!