ଦିଲ୍ଲୀ ପିଜି ଟ୍ରାଜେଡି ପରେ ଓଡ଼ିଶାରେ ଆକ୍ସନ: ଭଙ୍ଗାଯିବ ଅସୁରକ୍ଷିତ କୋଠା

Spread the love

ସୁନ୍ଦରଗଡ଼ ଲାଇଭ୍ : ଦିଲ୍ଲୀ PG ଟ୍ରାଜେଡି ପରେ ରାଜ୍ୟର ସହରାଞ୍ଚଳରେ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ଆଖିଆଗରେ ରଖି ଓଡ଼ିଶା ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ବିପଦପୂର୍ଣ୍ଣ ଓ ଅସୁରକ୍ଷିତ କୋଠାଗୁଡ଼ିକୁ ଚିହ୍ନଟ କରି ଭାଙ୍ଗିବା ପାଇଁ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି।

ଏହି ସନ୍ଦର୍ଭରେ ଅସୁରକ୍ଷିତ କୋଠା ଚିହ୍ନଟ କରିବା ପାଇଁ ଏକ ସ୍ୱତନ୍ତ୍ର ଯାଞ୍ଚ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୧୫ ଦିନ ମଧ୍ୟରେ ସନ୍ଦେହଜନକ ବିପଦପୂର୍ଣ୍ଣ ସରକାରୀ ଓ ବେସରକାରୀ କୋଠାଗୁଡ଼ିକର ବିସ୍ତୃତ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବ। ଏହି ଅଭିଯାନରେ ବିଶେଷକରି କଟକ ଓ ପୁରୀ ସହର ଉପରେ ଅଧିକ ଫୋକସ୍ ଦେବାକୁ ପରାମର୍ଶ ଦିଆଯାଇଛି।

ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୋଠାଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ରିପୋର୍ଟ ଆଧାରରେ ଅସୁରକ୍ଷିତ ବିଲ୍ଡିଂଗୁଡ଼ିକୁ ନୋଟିସ ଜାରି କରାଯିବ। ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ସରକାରୀ କୋଠା ଦୁର୍ବଳ ଥିଲେ ତାକୁ ଭାଙ୍ଗି ନୂଆ ନିର୍ମାଣ କରାଯିବ। ସେହିପରି ଅନ୍ୟ ବିଭାଗର କୋଠା ହୋଇଥିଲେ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ବେସରକାରୀ ବିଲ୍ଡିଂ ମାଲିକମାନଙ୍କୁ ମଧ୍ୟ ଆଇନାନୁଯାୟୀ ନୋଟିସ ପଠାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

Related Posts

ପେନ୍‌ସନ୍‌ ଟଙ୍କା ଆତ୍ମସାତ୍ ଅଭିଯୋଗରେ ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ୩ ଜଣ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ପେନ୍‌ସନ୍‌ର ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିବା…

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତକାଲି ସୁଦ୍ଧା ୨୧ ଲକ୍ଷ ୪୨ ହଜାର ୭୨୩ ଜଣ ଚାଷୀ ନିଜର ନାମ ପଞ୍ଜୀକରଣ କରିସାରିଥିବା…

Leave a Reply

Your email address will not be published. Required fields are marked *

You Missed

ଦିଲ୍ଲୀ ପିଜି ଟ୍ରାଜେଡି ପରେ ଓଡ଼ିଶାରେ ଆକ୍ସନ: ଭଙ୍ଗାଯିବ ଅସୁରକ୍ଷିତ କୋଠା

  • By admin
  • September 8, 2026
  • 4 views
ଦିଲ୍ଲୀ ପିଜି ଟ୍ରାଜେଡି ପରେ ଓଡ଼ିଶାରେ ଆକ୍ସନ: ଭଙ୍ଗାଯିବ ଅସୁରକ୍ଷିତ କୋଠା

ପେନ୍‌ସନ୍‌ ଟଙ୍କା ଆତ୍ମସାତ୍ ଅଭିଯୋଗରେ ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

  • By admin
  • September 8, 2026
  • 3 views
ପେନ୍‌ସନ୍‌ ଟଙ୍କା ଆତ୍ମସାତ୍ ଅଭିଯୋଗରେ ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

 ଅକ୍ଟୋବରରୁ ଭାରତ-ବାଂଲାଦେଶ ମଧ୍ୟରେ ରେଳ ସେବା ଆରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି

  • By admin
  • September 8, 2026
  • 4 views
 ଅକ୍ଟୋବରରୁ ଭାରତ-ବାଂଲାଦେଶ ମଧ୍ୟରେ ରେଳ ସେବା ଆରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

  • By admin
  • September 7, 2026
  • 17 views
ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

  • By admin
  • September 7, 2026
  • 8 views
ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

  • By admin
  • September 7, 2026
  • 6 views
ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!