୧୪ ବର୍ଷ ପରେ ଜେଲ୍‌ରୁ ମୁକୁଳିବେ ଆଜାଦ

Spread the love

ସୁନ୍ଦରଗଡ଼ ଲାଇଭ୍: ଦୀର୍ଘ ୧୪ ବର୍ଷ ଧରି ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିବା ପ୍ରମୁଖ ମାଓନେତା ଡୋନା କେଶବ ରାଓ ଓରଫ ଆଜାଦ୍‌ ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡିଠାରେ ଗଠିତ ସ୍ୱତନ୍ତ୍ର ଅଦାଲତରେ ତାଙ୍କ ବିରୋଧରେ ଥିବା ଶେଷ ମାମଲାର ଶୁଣାଣି ଶେଷ ହେବା ସହ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ତାଙ୍କୁ ଦୋଷମୁକ୍ତ କରାଯାଇଛି। ଏହାସହ ଗଜପତି ଜିଲ୍ଲାରେ ତାଙ୍କ ନାମରେ ଥିବା ସମସ୍ତ ୩୬ଟି ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଛି ଏବଂ ତାଙ୍କର ଜେଲ୍‌ରୁ ମୁକୁଳିବା ବାଟ ପରିଷ୍କାର ହୋଇଛି।

ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଆଜାଦଙ୍କ ବିରୋଧରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ମୋଟ ୪୯ଟି ମାମଲା ରହିଥିଲା। ଏଥିମଧ୍ୟରୁ ଗଜପତି ଜିଲ୍ଲାର ଅଡବା, ପାଣିଗଣ୍ଡା ବିଟ୍‌ ହାଉସ୍‌ ଉଡ଼ାଇବା, ପୁଲିସ-ମାଓବାଦୀ ଗୁଳିବିନିମୟ, ଠିକାଦାର କ୍ୟାମ୍ପ୍‌ ଆକ୍ରମଣ ଓ ସରକାରୀ ବସ୍‌ ପୋଡ଼ି ଭଳି ୩୬ଟି ମାମଲା ପାରଳାଖେମୁଣ୍ଡି ଅଦାଲତରେ ଚାଲିଥିଲା। ୨୦୧୧ ମସିହାରେ ନୟାଗଡ଼ ପୁଲିସ ଷ୍ଟେସନ୍‌ ଆକ୍ରମଣ ଓ ଅସ୍ତ୍ରଶସ୍ତ୍ର ଲୁଟ୍‌ ଘଟଣାରେ ଗିରଫ ହେବା ପରଠାରୁ ସେ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ରହିଥିଲେ। ମାମଲାଗୁଡ଼ିକର ବିଚାରରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଅଦାଲତ ଗଠନ କରାଯାଇ ଏକ ବର୍ଷ ମଧ୍ୟରେ ଶୁଣାଣି ସମ୍ପୂର୍ଣ୍ଣ କରାଯାଇଛି। ତାଙ୍କ ଓକିଲ ସ୍ୱରୂପ କୁମାର ପାଳଙ୍କ ସୂଚନା ଅନୁଯାୟୀ, ନିର୍ଦ୍ଦୋଷରେ ଖଲାସ ହେବା ପରେ ଏବେ ତାଙ୍କର ଜେଲ୍‌ରୁ ମୁକ୍ତି ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।

Related Posts

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତକାଲି ସୁଦ୍ଧା ୨୧ ଲକ୍ଷ ୪୨ ହଜାର ୭୨୩ ଜଣ ଚାଷୀ ନିଜର ନାମ ପଞ୍ଜୀକରଣ କରିସାରିଥିବା…

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂସ୍କାରମୂଳକ ଓ ପରୀକ୍ଷାର୍ଥୀ-ଅନୁକୂଳ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏଣିକି ଦଶମ ଶ୍ରେଣୀର ପାଠ୍ୟକ୍ରମ ବଦଳିବା ସହ ଦ୍ୱାଦଶ ଶ୍ରେଣୀ ପାଇଁ ନୂଆ…

Leave a Reply

Your email address will not be published. Required fields are marked *

You Missed

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

  • By admin
  • September 7, 2026
  • 17 views
ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

  • By admin
  • September 7, 2026
  • 8 views
ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

  • By admin
  • September 7, 2026
  • 6 views
ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 23 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 10 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 17 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି