ସୁନ୍ଦରଗଡ଼ ଲାଇଭ୍: ପାଟ୍ରୋଲିଂ ବେଳେ ପୁଲିସ ଓ ଡକାୟତ ଦଳ ମୁହାଁମୁହିଁ ହୋଇଛନ୍ତି। ପୁଲିସକୁ ଦେଖି ଡକାୟତମାନେ ଖସିବାକୁ ଚେଷ୍ଟା କରିଥିଲେ ହେଁ, କାମରା ଶ୍ମଶାନ ରାସ୍ତା ନିକଟରେ ଗାଡ଼ି ଅଟକାଇ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଏପରିକି ପୁଲିସ ଗାଡ଼ିର ଚାବି ଛଡ଼ାଇ ନେଇ ନିଜ ବୋଲେରୋ ଗାଡ଼ିଟିକୁ ସେହିଠାରେ ଛାଡ଼ି ମାରଣାସ୍ତ୍ର ସହ କମରା ଅଞ୍ଚଳର ଜଙ୍ଗଲ ଭିତରକୁ ଫେରାର ହୋଇଯାଇଛନ୍ତି।
ଏହି ଘଟଣା ପରେ ପୁଲିସ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତା ଲୋଡ଼ିଥିଲା। ରାତି ୨ଟାରୁ ପୁଲିସ ଓ କମରା ଅଞ୍ଚଳର ୨୦୦ରୁ ଅଧିକ ଗ୍ରାମବାସୀ ମିଶି ଜଙ୍ଗଲ ଭିତରେ ଡକାୟତମାନଙ୍କୁ ଧରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।






