ବିକଶିତ ଓଡ଼ିଶା ଗଠନ ଦିଗରେ ଐତିହାସିକ ନିଷ୍ପତ୍ତି: ଆରମ୍ଭ ହେବ BKPPER ପ୍ରକଳ୍ପ

Spread the love

ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ସହ ‘ବିକଶିତ ଭାରତ’ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ଏକ ଯୁଗାନ୍ତକାରୀ କଦମ ଉଠାଇଛନ୍ତି। ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ। ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଓ ଋଣ ମିଳିବା ପୂର୍ବରୁ ନିଜସ୍ୱ ଅର୍ଥରେ ଆରମ୍ଭ ହେବ ପ୍ରକଳ୍ପ। ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସେ କହିଛନ୍ତି BKPPER ପ୍ରକଳ୍ପକୁ ଗତକାଲି ରାଜ୍ୟସ୍ତରୀୟ ପ୍ରୋଜେକ୍ଟ ମନିଟରିଂ କମିଟିରେ ମିଳିଥିଲା ଅନୁମୋଦନ। ​ଏହି ପ୍ରକଳ୍ପ ପାଇଁ ମୋଟ ୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ରୀୟ ସହାୟତା ମିଳିବା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ଏହାର କାର୍ଯ୍ୟ ଆରମ୍ଭ କରିବେ।

ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୧,୪୦୦ କୋଟି ଟଙ୍କାର ସହାୟତା ମିଳିବାକୁ ଥିବାବେଳେ ବାକି ୩,୪୦୦ କୋଟି ଟଙ୍କା ରାଜ୍ୟ ସରକାର ବ୍ୟାଙ୍କରୁ ଋଣ ଆକାରରେ ନେବେ। ଏହି ଯୋଜନା ମାଧ୍ୟମରେ ୪ଟି ସହର ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ମିଶାଇ ସମ୍ମିଳିତ ବିକାଶ କରାଯିବ। ଏହାଦ୍ୱାରା ଅଞ୍ଚଳର ଭିତ୍ତିଭୂମି, ଶିଳ୍ପ ଓ ପର୍ଯ୍ୟଟନର ପ୍ରଗତି ସହ ବ୍ୟାପକ ସହରୀକରଣ କରାଯିବ। ରାଜ୍ୟ ସରକାରଙ୍କ ଓଡ଼ିଶା ଭିଜନ୍-୨୦୩୬ ଓ ଭିଜନ୍-୨୦୪୭ରେ ସହରୀକରଣକୁ ଅର୍ଥନୈତିକ ବିକାଶର ପ୍ରମୁଖ ଇଞ୍ଜିନ୍ ଭାବେ ଚିହ୍ନଟ କରାଯାଇଛି। ମୋଟାମୋଟି ଭାବେ, ଏହି ପ୍ରକଳ୍ପ ଜରିଆରେ ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରି ଏକ ସମୃଦ୍ଧ ଆର୍ଥିକ କରିଡର ଗଢ଼ିତୋଳିବା ସହ ବ୍ୟାପକ ନିଯୁକ୍ତି, ବଳିଷ୍ଠ ଭିତ୍ତିଭୂମି ଓ ଗମନାଗମନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

Related Posts

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତକାଲି ସୁଦ୍ଧା ୨୧ ଲକ୍ଷ ୪୨ ହଜାର ୭୨୩ ଜଣ ଚାଷୀ ନିଜର ନାମ ପଞ୍ଜୀକରଣ କରିସାରିଥିବା…

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂସ୍କାରମୂଳକ ଓ ପରୀକ୍ଷାର୍ଥୀ-ଅନୁକୂଳ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏଣିକି ଦଶମ ଶ୍ରେଣୀର ପାଠ୍ୟକ୍ରମ ବଦଳିବା ସହ ଦ୍ୱାଦଶ ଶ୍ରେଣୀ ପାଇଁ ନୂଆ…

Leave a Reply

Your email address will not be published. Required fields are marked *

You Missed

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

  • By admin
  • September 7, 2026
  • 17 views
ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

  • By admin
  • September 7, 2026
  • 8 views
ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

  • By admin
  • September 7, 2026
  • 6 views
ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 23 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 10 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 17 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି