‘ଏଗ୍ରିଷ୍ଟାକ୍’ ଓ ‘ଆଖି ସ୍କାନ୍’ ଚକ୍ରବ୍ୟୂହ: ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

Spread the love

ସୁନ୍ଦରଗଡ଼ ଲାଇଭ୍: ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ସରକାର ଲାଗୁ କରିଥିବା ନୂଆ ‘ଏଗ୍ରିଷ୍ଟାକ୍’ ବ୍ୟବସ୍ଥା ଓ କଠୋର ପଞ୍ଜୀକରଣ ନିୟମ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି। କଳାହାଣ୍ଡିର ଜୟପାଟଣାରୁ ଆରମ୍ଭ କରି ବରଗଡ଼ ଓ ପୁରୀର ଅସ୍ତରଙ୍ଗ ପର୍ଯ୍ୟନ୍ତ ସବୁଠି ପ୍ରକୃତ ଚାଷୀ ଓ ଭାଗ ଚାଷୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ନିଜ ନାଁରେ ଜମି ପଟ୍ଟା ରହିବା ବାଧ୍ୟତାମୂଳକ କରାଯାଇଥିବାରୁ ବାପା-ଅଜାଙ୍କ ଜମିରେ ଚାଷ କରୁଥିବା ଏବଂ ଭାଗ ଚାଷୀଙ୍କ ନିଦ ହଜିଯାଇଛି। ବିଶେଷ କରି ଭାଗ ଚାଷୀଙ୍କ ପଞ୍ଜୀକରଣ ପାଇଁ ଜମି ମାଲିକଙ୍କ ‘ଆଖି ସ୍କାନ୍’ (Iris Scan) ବାଧ୍ୟତାମୂଳକ ହୋଇଥିବା ବେଳେ, ସହରରେ ରହୁଥିବା ଜମି ମାଲିକମାନେ ଆସୁନଥିବାରୁ ଚାଷୀମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି।

ଅନ୍ୟପଟେ, ନେଟୱର୍କ ସମସ୍ୟା, କ୍ରମାଗତ ସର୍ଭର ଡାଉନ୍ ଏବଂ ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ନହେବା ଭଳି ପ୍ରାବିଧିକ ତ୍ରୁଟି ଯୋଗୁଁ ଜନସେବା କେନ୍ଦ୍ର ଓ ପ୍ୟାକ୍ସ ସମ୍ମୁଖରେ ଚାଷୀଙ୍କ ଅସମ୍ଭବ ଭିଡ଼ ଜମୁଛି। ଜୟପାଟଣାର ୫ଟି ସମବାୟ ସମିତିରେ ପ୍ରଥମ ୬ ଦିନରେ ମାତ୍ର ୧.୯୪ ପ୍ରତିଶତ ଚାଷୀ ଆବେଦନ କରିପାରିଥିବା ବେଳେ ୧୩ ହଜାରରୁ ଅଧିକ ଚାଷୀ କାଗଜପତ୍ର ଯୋଗାଡ଼ରେ ନାକେଦମ୍ ହେଲେଣି। ସରକାରୀ ନିୟମ କୋହଳ ନହେଲେ ଏବଂ ବ୍ୟବସ୍ଥାରେ ସୁଧାର ନଆସିଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଚାଷୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

Related Posts

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ଭୋଟରଙ୍କ ମନ ଜିଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ଏବେଠୁ ନିଜ ନିଜର ପ୍ରସ୍ତୁତି ଓ…

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ଚାଷୀଙ୍କ ସୁରକ୍ଷା, ଖରିଫ ଋତୁର ଧାନ/ଚାଉଳ ନ ଉଠିବା ଏବଂ କୃଷକ ସମସ୍ୟାର ବିଫଳତାକୁ ନେଇ ସେପ୍ଟେମ୍ବର ୧୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 20 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 7 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 14 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 12 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 32 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 142 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ