ଗାଏବ ରିପୋର୍ଟ ଖୋଜି ଦୋଷୀଙ୍କୁ ଦେବୁ ଦଣ୍ଡ: ମୁଖ୍ୟମନ୍ତ୍ରୀ

Spread the love

ସୁନ୍ଦରଗଡ଼ ଲାଇଭ୍: “ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ରକ୍ତର ପ୍ରତ୍ୟେକ ଟୋପାର ହିସାବ ନିଆଯିବ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବ।” ଅନୁଗୋଳ ଜିଲ୍ଲା ତାଳଚେର ନିକଟସ୍ଥ ଗୁରୁଜାଙ୍ଗଠାରେ ଆୟୋଜିତ ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହିପରି କଡ଼ା ଚେତାବନୀ ଦେଇଛନ୍ତି। ୨୦୦୮ ମସିହାରେ ସ୍ୱାମୀଜୀଙ୍କ ନିର୍ମମ ହତ୍ୟାକାଣ୍ଡକୁ ମନେପକାଇ ତତ୍କାଳୀନ ସରକାରଙ୍କ ବିଫଳତା, ଅବହେଳା ଓ ତୁଷ୍ଟୀକରଣ ରାଜନୀତିକୁ ସେ ଜୋରଦାର ସମାଲୋଚନା କରିଛନ୍ତି। ଲୋକସେବା ଭବନରୁ ଜଷ୍ଟିସ୍ ମହାପାତ୍ର ଓ ଜଷ୍ଟିସ୍ ନାଇଡୁ କମିଶନ୍‌ଙ୍କ ତଦନ୍ତ ରିପୋର୍ଟ ଗାଏବ ହେବା ଅପରାଧୀଙ୍କୁ ବଞ୍ଚାଇବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା ବୋଲି ଅଭିଯୋଗ କରିବା ସହ ସତ୍ୟର ଉନ୍ମୋଚନ ନିଶ୍ଚିତ ହେବ ବୋଲି ସେ ଦୃଢ଼ତା ପ୍ରକାଶ କରିଛନ୍ତି।

ସ୍ୱାମୀଜୀଙ୍କୁ ‘ଗୁରୁ, ଗ୍ରନ୍ଥ ଏବଂ ଗରିମା’ ଭାବେ ଅଭିହିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କନ୍ଧମାଳର ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସଂସ୍କାର, ଗୋ-ସେବା, ନାରୀ ସଶକ୍ତୀକରଣ ଓ ଧର୍ମାନ୍ତରୀକରଣ ବିରୋଧରେ ସ୍ୱାମୀଜୀଙ୍କ ସଂଗ୍ରାମ ଚିର ଆଦର୍ଶ ହୋଇରହିବ। ଏହି ଅବସରରେ ସ୍ୱାମୀଜୀଙ୍କ ସ୍ମୃତିପୂତ ଗୁରୁଜାଙ୍ଗ ଗ୍ରାମକୁ ‘ଐତିହ୍ୟ ଗ୍ରାମ’ ଏବଂ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଭାବେ ଘୋଷଣା କରାଯାଇଛି।

ଏହାସହ ସ୍ୱାମୀଜୀଙ୍କ ଅମର ବଳିଦାନକୁ ସମ୍ମାନ ଜଣାଇ ଫୁଲବାଣୀ ସରକାରୀ ମେଡିକାଲ କଲେଜକୁ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜ’ ଭାବେ ନାମିତ କରାଯାଇଛି। ତାଙ୍କ କର୍ମପୀଠ ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ ଐତିହ୍ୟ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରାଯାଇଛି, ଯେଉଁଥିରେ ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ଓ ମେଗା ରିଭର ଲିଫ୍ଟ ପାନୀୟ ଜଳ ପ୍ରକଳ୍ପ ସାମିଲ ରହିଛି।

ଏହି ସମାବେଶରେ ବାଚସ୍ପତି ସୁରମା ପାଢ଼ୀ, ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ, ସାଧୁସନ୍ଥ ଓ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ବିଶେଷ କରି ଆଜିର ଯୁବପିଢ଼ିଙ୍କୁ ନିଜର ମୂଳ ଶିକ୍ଷା, ସଂସ୍କୃତି ଓ ସନାତନୀ ପରମ୍ପରା ସହ ଯୋଡ଼ିହୋଇ ଦେଶଗଠନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

Related Posts

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତକାଲି ସୁଦ୍ଧା ୨୧ ଲକ୍ଷ ୪୨ ହଜାର ୭୨୩ ଜଣ ଚାଷୀ ନିଜର ନାମ ପଞ୍ଜୀକରଣ କରିସାରିଥିବା…

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂସ୍କାରମୂଳକ ଓ ପରୀକ୍ଷାର୍ଥୀ-ଅନୁକୂଳ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏଣିକି ଦଶମ ଶ୍ରେଣୀର ପାଠ୍ୟକ୍ରମ ବଦଳିବା ସହ ଦ୍ୱାଦଶ ଶ୍ରେଣୀ ପାଇଁ ନୂଆ…

Leave a Reply

Your email address will not be published. Required fields are marked *

You Missed

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

  • By admin
  • September 7, 2026
  • 17 views
ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

  • By admin
  • September 7, 2026
  • 8 views
ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

  • By admin
  • September 7, 2026
  • 6 views
ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 23 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 10 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 17 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି