ସୁନ୍ଦରଗଡ଼ ଲାଇଭ୍: ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ରକ୍ଷାବନ୍ଧନ ଅବସରରେ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ଧୂମ୍ଧାମ୍ରେ ପାଳିତ ହେଉଛି। ଏହି ବିଶେଷ ଦିନ ପାଇଁ ମନ୍ଦିରରେ ସ୍ୱତନ୍ତ୍ର ପାରମ୍ପରିକ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ପ୍ରଭୁଙ୍କ ନିକଟରେ ୧ ଲକ୍ଷ ତୁଳସୀ ପତ୍ର ଅର୍ପଣ କରାଯିବା ସହ ଯଜ୍ଞରେ ୩ ଲକ୍ଷ ଆହୁତି ପ୍ରଦାନର କାର୍ଯ୍ୟକ୍ରମ ରହିଛି। ଏହି ପବିତ୍ର ଅବସରରେ ପୁରୀ ଶ୍ରୀମନ୍ଦିରରୁ ଆସିଥିବା ସ୍ୱତନ୍ତ୍ର ରାକ୍ଷୀ ପ୍ରଭୁ ବଳଦେବଜୀଉ ଓ ପ୍ରଭୁ ଜଗନ୍ନାଥଙ୍କୁ ବନ୍ଧାଯିବାର ଅନନ୍ୟ ଭାତୃତ୍ୱ ପରମ୍ପରା ମଧ୍ୟ ପାଳନ କରାଯାଉଛି।
ଜନ୍ମୋତ୍ସବକୁ ନେଇ ସମଗ୍ର ତୁଳସୀ କ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ଦର୍ଶନ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।






