ନୂଆ ପରିବହନ ନୀତି କଡ଼ାକଡ଼ି: ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର ଆର୍‌ସି ବାତିଲ୍‌

Spread the love

ସୁନ୍ଦରଗଡ଼ ଲାଇଭ୍: କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ‘ଭେଇକିଲ୍ କ୍ଲାସିଫିକେସନ୍‌’ ଓ ପୁରୁଣା ଗାଡ଼ି ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ନୂଆ ନିୟମ ଅନୁଯାୟୀ, କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି। ଏହାରି ଭିତରେ ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍‌ (ଆର୍‌ସି) ବାତିଲ୍‌ ହୋଇସାରିଥିବା ଦାବି କରାଯାଉଥିବା ବେଳେ, ଆଗାମୀ ଦିନରେ ଆହୁରି ୩୦ ଲକ୍ଷ ଗାଡ଼ି ରାସ୍ତାରୁ ହଟିବା ନେଇ ବଡ଼ ଆଶଙ୍କା ସୃଷ୍ଟି ହୋଇଛି।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଆର୍‌ସି ବାତିଲ୍‌ ସମ୍ପର୍କରେ ଗାଡ଼ି ମାଲିକମାନଙ୍କୁ ପୂର୍ବରୁ କୌଣସି ଲିଖିତ ସୂଚନା ମିଳୁନାହିଁ। ଫଳରେ ଲୋକେ ଅଜାଣତରେ ନିଜ ଗାଡ଼ି ରାସ୍ତାରେ ଚଳାଉଛନ୍ତି ଏବଂ ଯାଞ୍ଚ ସମୟରେ ଧରାପଡ଼ିବା ପରେ ହିଁ ନିଜ ଗାଡ଼ିର ଆର୍‌ସି ବାତିଲ୍‌ ହୋଇଥିବା ଜାଣିବାକୁ ପାଉଛନ୍ତି। ଆର୍‌ସି ବାତିଲ୍‌ ହୋଇଥିବା ଗାଡ଼ିଗୁଡ଼ିକ ରାସ୍ତାରେ ଚାଲିବା ପାଇଁ ଆଉ ବୈଧ ହୋଇନଥିବାରୁ ଗାଡ଼ି ମାଲିକମାନଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ୁଛି।

ପୁରୁଣା ଗାଡ଼ିର ଫିଟ୍‌ନେସ୍‌ ଓ କାଗଜପତ୍ର ନବୀକରଣ କରିବା ପ୍ରକ୍ରିୟା ବେଶ୍ ଜଟିଳ ଓ ଖର୍ଚ୍ଚାନ୍ତ ହୋଇଥିବାରୁ ସାଧାରଣ ଗାଡ଼ି ମାଲିକମାନେ ଅଧିକ ଚିନ୍ତାରେ ପଡ଼ିଛନ୍ତି। ଗାଡ଼ିଗୁଡ଼ିକ ଚଳାଚଳ ପାଇଁ ଅଯୋଗ୍ୟ ଘୋଷିତ ହେଲେ ଲୋକେ ବାଧ୍ୟ ହୋଇ ନୂଆ ଗାଡ଼ି କିଣିବେ। ଏହାଦ୍ୱାରା ବଜାରରେ ନୂଆ ଗାଡ଼ିର ଚାହିଦା ବୃଦ୍ଧି ପାଇବା ସହ ଗାଡ଼ି ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଲାଭବାନ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Related Posts

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ଭୋଟରଙ୍କ ମନ ଜିଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ଏବେଠୁ ନିଜ ନିଜର ପ୍ରସ୍ତୁତି ଓ…

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ଚାଷୀଙ୍କ ସୁରକ୍ଷା, ଖରିଫ ଋତୁର ଧାନ/ଚାଉଳ ନ ଉଠିବା ଏବଂ କୃଷକ ସମସ୍ୟାର ବିଫଳତାକୁ ନେଇ ସେପ୍ଟେମ୍ବର ୧୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 20 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 8 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 14 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 12 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 32 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 142 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ