ସୁନ୍ଦରଗଡ଼ ଲାଇଭ୍: ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର। ଓଡ଼ିଶା ସରକାର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିଲେ କଟାଯାଉଥିବା ଜରିମାନା (ଫାଇନ୍) ରାଶିକୁ ଯଥେଷ୍ଟ ହ୍ରାସ କରି ନୂଆ ନିୟମ ଲାଗୁ କରିଛନ୍ତି।
ପିୟୁସିସି ନଥିଲେ ସର୍ବାଧିକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ୁଥିଲା। ଏବେ ସର୍ବାଧିକ ଜରିମାନା ସୀମାକୁ କମାଇ ୬,୦୦୦ ଟଙ୍କା କରାଯାଇଛି। ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୨,୦୦୦ ଟଙ୍କା ଫାଇନ୍ ଲାଗୁ ହେବ।
ଅନ୍ୟ ଅନେକ ରାଜ୍ୟରେ ପ୍ରଥମ ଥର ୧,୦୦୦ ଟଙ୍କା ଏବଂ ଦ୍ୱିତୀୟ ଥର ୨,୦୦୦ ଟଙ୍କା ଜରିମାନା ରହିଥିବା ବେଳେ ଓଡ଼ିଶାରେ ୧୦,୦୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ବିଭିନ୍ନ ଟୋଲ୍ଗେଟ୍ରେ କ୍ୟାମେରା ମାଧ୍ୟମରେ ଅଟୋମେଟିକ୍ ଚାଲାଣ କାଟିବା ପରେ ଗାଡ଼ି ଚାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଜରିମାନା ରାଶି ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।
ତେବେ ଗାଡ଼ିରୁ ହେଉଥିବା ପ୍ରଦୂଷଣ ରୋକିବା ଓ ସୁରକ୍ଷା ନିୟମ ପାଳନ ପାଇଁ ନିୟମିତ ପିୟୁସିସି (PUCC) କରାଇବା ଜରୁରୀ ବୋଲି ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।






