କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ କମିବ କି ଓଡ଼ିଆଙ୍କ କାଟ୍‌ତି ?

Spread the love

ସୁନ୍ଦରଗଡ଼ ଲାଇଭ୍: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ସାରା ଦେଶ ସମେତ ଓଡ଼ିଶା ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଦୀର୍ଘ ୧୨ ବର୍ଷ ଧରି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରହି ଓଡ଼ିଶାର ସ୍ୱାର୍ଥ ଓ ବିକାଶ ପାଇଁ ନିରନ୍ତର କାମ କରିଆସୁଥିବା ଜଣେ ଶୀର୍ଷ ନେତାଙ୍କ ଅବସର ପରେ, ନୂଆଦିଲ୍ଲୀ ଦରବାରରେ ଓଡ଼ିଶାର କାଟ୍‌ତି କମିଯିବ କି ନାହିଁ, ତାହାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନ ଉଠିଛି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ, ପଦପଦବୀ ଅପେକ୍ଷା ଦେଶ, ଛାତ୍ରଛାତ୍ରୀ ଓ ଯୁବସମାଜର ସ୍ୱାର୍ଥକୁ ପ୍ରାଥମିକତା ଦେଇ ସେ ନିଜର ରାଜନୈତିକ ପରିପକ୍ୱତା ଓ ଉଚ୍ଚ ଆଦର୍ଶର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ନିଜ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶାର ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଏବଂ ଭିତ୍ତିଭୂମି କ୍ଷେତ୍ରରେ ସେ ଯେଉଁ ସୁଦୃଢ଼ ମୂଳଦୁଆ ପକାଇଛନ୍ତି, ତାହା ରାଜ୍ୟର ପ୍ରଭାବକୁ ସଦାସର୍ବଦା କେନ୍ଦ୍ରରେ ଉଚ୍ଚାରେ ରଖିବ।

ଶିକ୍ଷା ମନ୍ତ୍ରୀ ଭାବେ ୩୪ ବର୍ଷ ପରେ ଆସିଥିବା ନୂଆ ଜାତୀୟ ଶିକ୍ଷା ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରିବା ସହ ଜେଇଇ, ନିଟ୍‌ ଓ ସିୟୁଇଟି ଭଳି ଜାତୀୟ ପରୀକ୍ଷାକୁ ଓଡ଼ିଆ ସମେତ ୧୩ଟି ଭାଷାରେ କରାଇ ସେ ଆଞ୍ଚଳିକ ଭାଷାକୁ ବଡ଼ ସମ୍ମାନ ଦେଇଥିଲେ। ସମ୍ବଲପୁର ଆଇଆଇଏମ୍‌ର ନୂଆ କ୍ୟାମ୍ପସ ପାଇଁ ୪୦୧ କୋଟି, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ୬୦୦ କୋଟି, ଆଇଆଇଟି ଭୁବନେଶ୍ୱର ପାଇଁ ୪୦୪ କୋଟି, ଏନ୍‌ଆଇଟି ରାଉରକେଲା ପାଇଁ ୩୦୦ କୋଟି, ଏବଂ ବ୍ରହ୍ମପୁର ଆଇଜର ପାଇଁ ୧୨୩୦ କୋଟି ଟଙ୍କାର ବ୍ୟାପକ ଅନୁଦାନ ମଞ୍ଜୁର କରାଇ ସେ ଓଡ଼ିଶାର ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିଥିଲେ। ଏହାସହ ପିଏମ୍-ଉଷା ଯୋଜନାରେ ସମ୍ବଲପୁର, ଗଙ୍ଗାଧର ମେହେର ଓ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ କୋଟି କୋଟି ଟଙ୍କାର ସହାୟତା ଯୋଗାଇ ଦେଇଥିଲେ। ଭୁବନେଶ୍ୱରରେ ରିସର୍ଚ୍ଚ ପାର୍କ, ନାଇଜରଠାରେ ୬୫୦ କୋଟି ବ୍ୟୟରେ ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ୍‌ ଏବଂ ଅନେକ ଜିଲ୍ଲାରେ ‘ସ୍କିଲ ଇଣ୍ଡିଆ ସେଣ୍ଟର’ ସ୍ଥାପନ କରି ସେ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି କରିଛନ୍ତି।

ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଭାବେ ଦେଶର ୮ କୋଟି ଗରିବ ପରିବାର ଏବଂ ଓଡ଼ିଶାର ୫୫ ଲକ୍ଷ ମହିଳାଙ୍କୁ ମାଗଣା ଗ୍ୟାସ୍‌ ସଂଯୋଗ ଦେଇ ସେ ‘ଉଜ୍ଜ୍ୱଳା ମ୍ୟାନ୍’ ଭାବେ ପରିଚିତ ହୋଇଥିଲେ। ଓଡ଼ିଶାରେ ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ୨.୪ ଲକ୍ଷ କୋଟି ଟଙ୍କାର ନିବେଶ, ପାରାଦ୍ୱୀପ ରିଫାଇନାରୀ ସମ୍ପ୍ରସାରଣ, ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ ଓ ତାଳଚେର ସାର କାରଖାନାର ପୁନରୁଦ୍ଧାର ପଛରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଏହାବ୍ୟତୀତ ବରୁଣେଇରେ ପାଇକ ସ୍ମାରକୀ, ଭୀମ ଭୋଇ ଗବେଷଣା ପୀଠ ଏବଂ ଓଡ଼ିଆ କଳା-ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ସେ ନିରନ୍ତର ପ୍ରୟାସ କରିଛନ୍ତି।

୧୯୮୬ ମସିହାରେ ଏବିଭିପିରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ଧର୍ମେନ୍ଦ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ଲଢୁଆ ଛାତ୍ରନେତାରୁ ଆରମ୍ଭ କରି ପାଲଲହଡ଼ାର ବିଧାୟକ, ସାଂସଦ ଏବଂ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ। ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ସହ ଉତ୍ତରପ୍ରଦେଶ, ଛତିଶଗଡ଼, ହରିୟାଣା ଆଦି ଅନେକ ରାଜ୍ୟରେ ଦଳର ନିର୍ବାଚନୀ ପ୍ରଭାରୀ ଭାବେ କାର୍ଯ୍ୟ କରି ସେ ଭାରତୀୟ ଜନତା ପାର୍ଟିର ଜଣେ ସଫଳ ଓ ବିଶ୍ୱସ୍ତ ରଣନୀତିକାର ଭାବେ ନିଜକୁ ଗଢ଼ିତୋଳିଛନ୍ତି। ତେଣୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ହେଁ ଜାତୀୟ ରାଜନୀତିରେ ତାଙ୍କର ଯେଉଁ ସ୍ୱତନ୍ତ୍ର ସ୍ଥାନ ଓ ଦବ୍‌ଦବା ରହିଛି, ତାହା ଦିଲ୍ଲୀ ଦରବାରରେ ଓଡ଼ିଶାର ପ୍ରଭାବକୁ କେବେ ହେଲେ କମିବାକୁ ଦେବନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Related Posts

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ଭୋଟରଙ୍କ ମନ ଜିଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ଏବେଠୁ ନିଜ ନିଜର ପ୍ରସ୍ତୁତି ଓ…

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ଚାଷୀଙ୍କ ସୁରକ୍ଷା, ଖରିଫ ଋତୁର ଧାନ/ଚାଉଳ ନ ଉଠିବା ଏବଂ କୃଷକ ସମସ୍ୟାର ବିଫଳତାକୁ ନେଇ ସେପ୍ଟେମ୍ବର ୧୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 21 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 9 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 15 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 13 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 33 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 144 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ