ମହାନଦୀ ଜଳ ବିବାଦ: ସମାଧାନ ପାଇଁ ‘ଜଏଣ୍ଟ କମିଟି’ ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

Spread the love

ସୁନ୍ଦରଗଡ଼ ଲାଇଭ୍:  ଦୀର୍ଘଦିନ ଧରି ଚାଲିଆସୁଥିବା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବଣ୍ଟନ ବିବାଦର ସ୍ଥାୟୀ ଓ ସକରାତ୍ମକ ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ଏହି ସମ୍ବେଦନଶୀଳ ମାମଲାର ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ କେନ୍ଦ୍ରୀୟ ଜଳ ଆୟୋଗ (CWC) ଏବଂ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହି ସନ୍ଦର୍ଭରେ ଏକ ସ୍ୱତନ୍ତ୍ର ‘ଜଏଣ୍ଟ କମିଟି’ (ଯୁଗ୍ମ କମିଟି) ଗଠନ କରିବା ପାଇଁ ଟ୍ରିବ୍ୟୁନାଲ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଜଏଣ୍ଟ କମିଟିରେ ଓଡ଼ିଶା ଏବଂ ଛତିଶଗଡ଼—ଉଭୟ ରାଜ୍ୟର ବୈଷୟିକ ଟିମ୍ (Technical Team)ର ପ୍ରତିନିଧିମାନେ ସଦସ୍ୟ ଭାବେ ରହିବେ। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶାନୁସାରେ, ଉଭୟ ରାଜ୍ୟ କମିଟିର କାର୍ଯ୍ୟପନ୍ଥା ନେଇ ଏକ ଡ୍ରାଫ୍ଟ (ଖସଡ଼ା) ତିଆରି କରି ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରିବେ ବୋଲି ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ (AG) ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଶୁଣାଣି ସମୟରେ ଅଦାଲତଙ୍କୁ ଅବଗତ କରାଯାଇଥିଲା ଯେ, ୨୦୨୫ ଜୁଲାଇ ୨୫ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଚିଠିର ଉତ୍ତର ବୁଧବାର ଦିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ଆଜି ସେହି ସଂପୃକ୍ତ ପତ୍ରର ନକଲ ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ ଆନୁଷ୍ଠାନିକ ଭାବେ ଉପସ୍ଥାପନ କରାଯାଇଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ସମାଧାନ ପ୍ରସ୍ତାବ ଉପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନିଜର ସମ୍ମତି ପ୍ରକାଶ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଆଡଭୋକେଟ୍ ଜେନେରାଲ୍ ନିଜର ପକ୍ଷ ରଖିଛନ୍ତି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଏହି ସକରାତ୍ମକ ଓ ସହଯୋଗପୂର୍ଣ୍ଣ ଆଭିମୁଖ୍ୟ ବହୁବର୍ଷର ମହାନଦୀ ଜଳ ବିବାଦର ଶୀଘ୍ର ଓ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ନୂତନ ପଥ ପ୍ରଶସ୍ତ କରିବ ବୋଲି ଆଶା କରାଯାଉଛି।

ମହାନଦୀ ଜଳ ବିବାଦ ଭଳି ଜଟିଳ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ବୈଠକ, ଦ୍ୱିପାକ୍ଷିକ ଆଲୋଚନା ଏବଂ ସାଧୁ ଉଦ୍ୟମକୁ ଟ୍ରିବ୍ୟୁନାଲ ଭୂୟସୀ ପ୍ରଶଂସା କରିଛନ୍ତି। ଆଇନଗତ ଲଢ଼େଇ ବଦଳରେ ଆପୋଷ ବୁଝାମଣା ଓ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଦୁଇ ରାଜ୍ୟ ଦେଖାଇଥିବା ପରିପକ୍ୱତାକୁ ଟ୍ରିବ୍ୟୁନାଲ ସାଧୁବାଦ ଜଣାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୨୧ ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ସେହି ଦିନ ଜଏଣ୍ଟ କମିଟି ଗଠନ ଓ ଡ୍ରାଫ୍ଟ ସମ୍ପର୍କିତ ଅଗ୍ରଗତିର ସମୀକ୍ଷା କରାଯିବ।

Related Posts

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ଭୋଟରଙ୍କ ମନ ଜିଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ଏବେଠୁ ନିଜ ନିଜର ପ୍ରସ୍ତୁତି ଓ…

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ଚାଷୀଙ୍କ ସୁରକ୍ଷା, ଖରିଫ ଋତୁର ଧାନ/ଚାଉଳ ନ ଉଠିବା ଏବଂ କୃଷକ ସମସ୍ୟାର ବିଫଳତାକୁ ନେଇ ସେପ୍ଟେମ୍ବର ୧୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 21 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 9 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 15 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 13 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 33 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 144 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ