ସୁନ୍ଦରଗଡ଼ ଲାଇଭ୍: ରାଜ୍ୟ ସରକାରଙ୍କ ପରବର୍ତ୍ତୀ କ୍ୟାବିନେଟ୍ ବୈଠକ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପୌରୋହିତ୍ୟରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ପ୍ରଗତି ଓ ଜନକଲ୍ୟାଣ ପ୍ରକଳ୍ପ ସମ୍ପର୍କିତ କେତେକ ବଡ଼ ନିଷ୍ପତ୍ତି ନିଆଯିବାର କାର୍ଯ୍ୟସୂଚୀ ରହିଛି। ବିଶେଷ କରି ୯ଟି ପ୍ରମୁଖ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିବା ନେଇ ଦୃଢ଼ ସମ୍ଭାବନା ଦେଖାଦେଇଛି।
ଏହି ବୈଠକରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭୂମିହୀନଙ୍କ ସମସ୍ୟା ଏବଂ ସାଧାରଣ ପ୍ରଶାସନ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଏହାବ୍ୟତୀତ ରାଜ୍ୟରେ ଭିତ୍ତିଭୂମିର ବିକାଶ ଏବଂ ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୂଆ ନୀତି ଆଣିବା କିମ୍ବା ପ୍ରଚଳିତ ନୀତିର ସଂଶୋଧନ ପ୍ରସ୍ତାବ ଉପରେ ବିଚାର ବିମର୍ଷ କରାଯିବ।
ଆସନ୍ତା ବୈଠକରେ ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତିଗୁଡ଼ିକ ରାଜ୍ୟର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ଦ୍ରୁତଗାମୀ କରିବ। ମନ୍ତ୍ରୀପରିଷଦ ବୈଠକ ସମାପ୍ତ ହେବା ପରେ କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଗଣମାଧ୍ୟମକୁ ସୂଚନା ଦିଆଯିବ।






