ପତ୍ନୀ ଓ ଝିଅଙ୍କୁ ଜୀବନରୁ ମାରିଦେବାକୁ ଧମକ ଅଭିଯୋଗ

Spread the love

ସୁନ୍ଦରଗଡ଼ ଲାଇଭ୍(କୁଆଁରମୁଣ୍ଡା): ଝିଅ ଜନ୍ମ ହେବା ପରେ ସ୍ୱାମୀ ଘରୁ ବାହାର କରିଦେଇଥିବା ଏବଂ ଏବେ ପତ୍ନୀ ଓ ଝିଅଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ନେଇ କୁଆଁରମୁଣ୍ଡା ଜମୁନାକି ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଜମୁନାକି ଅଞ୍ଚଳର ମଞ୍ଜୁ ଦେବୀ (୩୭)ଙ୍କ ବିବାହ ସଞ୍ଜିତ କୁମାର ମହାତୋଙ୍କ ସହ ହୋଇଥିଲା। ବିବାହର ପ୍ରାୟ ଏକ ବର୍ଷ ପରେ ଝିଅ ଜନ୍ମ ହେବା ପରେ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଥିବା ମଞ୍ଜୁ ଦେବୀ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ମଞ୍ଜୁ ଦେବୀ ଗତବର୍ଷ ଅଦାଲତର ଆଶ୍ରୟ ନେଇଥିଲେ। ତାଙ୍କ କହିବା ଅନୁସାରେ, ଅଦାଲତ ସଞ୍ଜିତ କୁମାର ମହାତୋଙ୍କୁ ପ୍ରତିମାସ ୧୭,୦୦୦ ଟଙ୍କା ଭରଣପୋଷଣ ଦେବାକୁ ଆଦେଶ ଦେଇଥିଲେ। ତେବେ ଉକ୍ତ ଆଦେଶ ଅନୁଯାୟୀ ଭରଣପୋଷଣ ଟଙ୍କା ଦିଆଯାଉନଥିବା ଅଭିଯୋଗ ହୋଇଛି।

ଏହା ସହିତ ମଞ୍ଜୁ ଦେବୀ ଓ ତାଙ୍କ ନାବାଳିକା ଝିଅଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ନେଇ ମଞ୍ଜୁ ଦେବୀ IHRF (ଆନ୍ତର୍ଜାତୀୟ ମାନବାଧିକାର ବାହିନୀ)ର ରାଜ୍ୟ ସଭାପତି ବିଶ୍ୱଜିତ ମଲ୍ଲିକ ଏବଂ ସୁନ୍ଦରଗଡ଼ ଜିଲ୍ଲା ଅଧ୍ୟକ୍ଷା ସରୋଜିନୀ ବାଙ୍କରାଙ୍କ ନିକଟରେ ସହାୟତା ପାଇଁ ଆବେଦନ କରିଛନ୍ତି।

IHRF ପକ୍ଷରୁ ଘଟଣାରେ ତୁରନ୍ତ ପୋଲିସ ଓ ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି। ମଞ୍ଜୁ ଦେବୀ ଓ ତାଙ୍କ ନାବାଳିକା ଝିଅଙ୍କୁ ସୁରକ୍ଷା ଯୋଗାଇବା ସହ ଅଦାଲତଙ୍କ ଆଦେଶ ଅନୁଯାୟୀ ଭରଣପୋଷଣ ରାଶି ପ୍ରଦାନ ସୁନିଶ୍ଚିତ କରିବାକୁ ମଧ୍ୟ ଦାବି ହୋଇଛି।

Related Posts

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତକାଲି ସୁଦ୍ଧା ୨୧ ଲକ୍ଷ ୪୨ ହଜାର ୭୨୩ ଜଣ ଚାଷୀ ନିଜର ନାମ ପଞ୍ଜୀକରଣ କରିସାରିଥିବା…

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂସ୍କାରମୂଳକ ଓ ପରୀକ୍ଷାର୍ଥୀ-ଅନୁକୂଳ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏଣିକି ଦଶମ ଶ୍ରେଣୀର ପାଠ୍ୟକ୍ରମ ବଦଳିବା ସହ ଦ୍ୱାଦଶ ଶ୍ରେଣୀ ପାଇଁ ନୂଆ…

Leave a Reply

Your email address will not be published. Required fields are marked *

You Missed

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

  • By admin
  • September 7, 2026
  • 17 views
ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

  • By admin
  • September 7, 2026
  • 8 views
ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

  • By admin
  • September 7, 2026
  • 6 views
ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 23 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 10 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 17 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି