ହେମଗିରି ବନବିଭାଗ କର୍ମଚାରୀଙ୍କ ନିଦ ହଜାଇଦେଇଛି ହାତୀ

Spread the love

ସୁନ୍ଦରଗଡ଼ ଲାଇଭ୍: ହେମଗିରି ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏବେ ବନବିଭାଗ କର୍ମଚାରୀଙ୍କ ମଧ୍ୟ ନିଦ ହଜିଯାଇଛି। ଦିନବେଳା ହାତୀ ନିକଟସ୍ଥ ଧନୁବାଉଁସ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଜଙ୍ଗଲ ନିକଟସ୍ଥ ଗ୍ରାମଗୁଡ଼ିକରେ ପ୍ରବେଶ କରୁଥିବା ଜଣାପଡ଼ିଛି। ରାମଲତା, ସୁରୁଲତା, ଚିତାମୁଣ୍ଡା, ଡୁଙ୍ଗୁରିଡିହି, ତୁମାଯୋର, ପାଞ୍ଚପେଡ଼ି ଓ କୋଡ଼ବାହାଲ ଭଳି ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ଗତ ରାତିରେ ଏକ ବିରାଟକାୟ ଦନ୍ତା ହାତୀ କୋଡ଼ବାହାଲ ଗ୍ରାମ୍ୟ ରାସ୍ତା ଉପରେ ବୁଲିବା ସହ ଚିତାମୁଣ୍ଡା ଗ୍ରାମ ଭିତରକୁ ପଶି କିଛି ଘରର ଆଂଶିକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି।

ସେହିପରି ପାଞ୍ଚପେଡ଼ି ଗ୍ରାମରେ ହାତୀ ଦୁଇଟି ଘର ଭାଙ୍ଗିଦେଇଥିବା ଜଣାପଡ଼ିଛି। ଗ୍ରାମର ସୁରଜଲାଲ ଏବଂ ଗୌତମ ସେଠଙ୍କ ଘର ଭାଙ୍ଗିଥିବା ବେଳେ ଘଟଣାରେ ଆଘାତ ଲାଗିଥିବା ମଧ୍ୟ ସୂଚନା ମିଳିଛି। ହାତୀ ଘଉଡ଼ାଇବା ପାଇଁ କୋଡ଼ବାହାଲ ଫରେଷ୍ଟର ରାଜୀବ ପଟେଲଙ୍କ ସହ ବନବିଭାଗ କର୍ମଚାରୀମାନେ ରାତି ତମାମ ଜଙ୍ଗଲ ଓ ଗ୍ରାମ ଅଞ୍ଚଳରେ ପଇଁତରା ମାରିଥିଲେ। ଗ୍ରାମଗୁଡ଼ିକରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଇଥିଲା।
ଖଣି ଖାଦାନ ବୃଦ୍ଧି ଯୋଗୁଁ ଜଙ୍ଗଲ ଓ ହାତୀଙ୍କ ପ୍ରାକୃତିକ ଖାଦ୍ୟ ଉତ୍ସ କମିବାରୁ ହାତୀ ଗ୍ରାମାଭିମୁଖୀ ହେଉଥିବା ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରୁଛନ୍ତି। ହାତୀ ଆତଙ୍କ ସହିତ ଘର ଭାଙ୍ଗି ବାସହରା ହେବା ପରେ ରାତିରେ ସାପ କାମୁଡ଼ାର ଭୟ ମଧ୍ୟ ଲୋକଙ୍କୁ ଘାରିଛି।

ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ହେମଗିରି ବନବିଭାଗରେ ଆବଶ୍ୟକ ପଦବୀ ଖାଲି ରହିଥିବା ଅଭିଯୋଗ ହେଉଛି। ରେଞ୍ଜର ପ୍ରକାଶ ନାଏକଙ୍କ ଅବସର ପରେ ପ୍ରଦୀପ ନାଏକଙ୍କୁ ଦାୟିତ୍ୱ ମିଳିଥିବା କୁହାଯାଉଥିଲେ ମଧ୍ୟ ସେ କାର୍ଯ୍ୟସ୍ଥଳରେ ଯୋଗଦାନ କରିନଥିବା ସୂଚନା ମିଳିଛି। ସେହିପରି ଫରେଷ୍ଟର ସଞ୍ଜୟ ନାଏକଙ୍କ ବଦଳି ପରେ କୁନ୍ଦନ ମିଞ୍ଜ ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟଜନିତ ସମସ୍ୟା ଦର୍ଶାଇ ସେ ପ୍ରାୟ ଦେଢ଼ ମାସ ହେବ ଛୁଟିରେ ଥିବା ଜଣାପଡ଼ିଛି। ଏହା ସହିତ ସାପ ଧରିବା ପାଇଁ ମଧ୍ୟ ଆବଶ୍ୟକ କର୍ମଚାରୀ ନଥିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ଆହୁରି ବଢ଼ିଛି। ହାତୀ ଉପଦ୍ରବ ଲଗାତାର ବଢ଼ୁଥିବା ପରିସ୍ଥିତିରେ ଖାଲି ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବା ସହ ହାତୀ-ମଣିଷ ସଂଘର୍ଷ ରୋକିବା ପାଇଁ ବନବିଭାଗ ଦୃଢ଼ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Related Posts

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ଭୋଟରଙ୍କ ମନ ଜିଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ଏବେଠୁ ନିଜ ନିଜର ପ୍ରସ୍ତୁତି ଓ…

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ଚାଷୀଙ୍କ ସୁରକ୍ଷା, ଖରିଫ ଋତୁର ଧାନ/ଚାଉଳ ନ ଉଠିବା ଏବଂ କୃଷକ ସମସ୍ୟାର ବିଫଳତାକୁ ନେଇ ସେପ୍ଟେମ୍ବର ୧୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 20 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 8 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 14 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 12 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 32 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 143 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ