ଆଇଆଇଟି ଖଡ଼ଗପୁରର ଚେତାବନୀ: ଉପକୂଳ ଓଡ଼ିଶାକୁ ବଡ଼ ଭୂକମ୍ପ ଭୟ

Spread the love

ସୁନ୍ଦରଗଡ଼ ଲାଇଭ୍: ବଙ୍ଗୋପସାଗର ଆଭ୍ୟନ୍ତରୀଣ ଭୂଗର୍ଭରୁ ଆସିଛି ଏକ ଭୟାନକ ସଙ୍କେତ। ସୁପ୍ତ ଅବସ୍ଥାରେ ଥିବା ପୁରୁଣା ଭୂ-ଫାଟଗୁଡ଼ିକ ପୁଣି ସକ୍ରିୟ ହେବାରେ ଲାଗିଛନ୍ତି, ଯାହା ଆଗାମୀ ଦିନରେ ଓଡ଼ିଶା ସହ ପୂର୍ବ ଉପକୂଳରେ ଏକ ବଡ଼ ଧରଣର ଭୂକମ୍ପ ସୃଷ୍ଟି କରିପାରେ। ଆଇଆଇଟି ଖଡ଼ଗପୁରର ଭୂତତ୍ତ୍ୱ ବିଜ୍ଞାନ ଗବେଷକ ଟିମ୍‌ ପ୍ରଫେସର ମହମ୍ମଦ ଶାହାବୁଦ୍ଦିନ, ପ୍ରିୟଙ୍କ ପାଠକ ଓ ୱିଲିୟମ କୁମାର ମହାନ୍ତିଙ୍କ ସଦ୍ୟ ଗବେଷଣା ରିପୋର୍ଟରୁ ଏହି ଚିନ୍ତାଜନକ ତଥ୍ୟ ପଦାକୁ ଆସିଛି।

ଗବେଷଣା ଅନୁସାରେ, ବଙ୍ଗୋପସାଗର ଏବେ ଏକ ପ୍ରମୁଖ ଭୂକମ୍ପ ସମ୍ବେଦନଶୀଳ କ୍ଷେତ୍ର ବା ସେସମିକ ହଟ୍‌ସ୍ପଟ୍‌ରେ ପରିଣତ ହେଉଛି। ଭାରତୀୟ ଭୂଖଣ୍ଡ ଉତ୍ତର-ପୂର୍ବ ଦିଗକୁ ଗତି କରୁଥିବାରୁ ସମୁଦ୍ର ତଳେ କ୍ରମାଗତ ଭାବେ ଭୂ-ତାତ୍ତ୍ୱିକ ଚାପ ବୃଦ୍ଧି ପାଉଛି। ଏହା ସହିତ ଗଙ୍ଗା, ବ୍ରହ୍ମପୁତ୍ର ଓ ମହାନଦୀ ଭଳି ପ୍ରମୁଖ ନଦୀଗୁଡ଼ିକରୁ ଆସୁଥିବା ପଟୁ ମାଟି ସମୁଦ୍ର ଶଯ୍ୟାରେ ପ୍ରାୟ ୧୩ କିଲୋମିଟର ଉଚ୍ଛତା ପର୍ଯ୍ୟନ୍ତ ଜମାଟ ବାନ୍ଧିଛି, ଯାହା ଭୂଗର୍ଭସ୍ଥ ଦୁର୍ବଳ ଫାଟଗୁଡ଼ିକ ଉପରେ ପ୍ରଚଣ୍ଡ ଚାପ ସୃଷ୍ଟି କରୁଛି। ଏହି ଚାପ ସହଜରେ ମୁକ୍ତ ହୋଇପାରୁ ନଥିବାରୁ ଭବିଷ୍ୟତରେ ୬ରୁ ୭ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂକମ୍ପ ହେବାର ଆଶଙ୍କା ରହିଛି ଏବଂ ସୁନାମି ସମ୍ଭାବନାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ।

୧୯୧୭ରୁ ୨୦୨୫ ମଧ୍ୟରେ ବଙ୍ଗୋପସାଗରରେ ୧୨୩ଟି ଭୂକମ୍ପ ରେକର୍ଡ କରାଯାଇଛି। ୨୦୧୪ରେ ୬.୦ ତୀବ୍ରତା ଏବଂ ୨୦୨୫ରେ ୫.୩ ତୀବ୍ରତାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୂକମ୍ପ ଓଡ଼ିଶାକୁ ଥରାଇ ଦେଇଥିଲା। ବିଶେଷଜ୍ଞଙ୍କ ମତରେ, ଓଡ଼ିଶା ଉପକୂଳ ଓ ମହାନଦୀ ଶଯ୍ୟା ଅଞ୍ଚଳର ମାଟି ନରମ ହୋଇଥିବାରୁ କମ୍ପନର ତୀବ୍ରତା ବହୁଗୁଣିତ ହେବାର ଭୟ ରହିଛି। ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ସମସ୍ତ ଉପକୂଳ ଜିଲ୍ଲା ଏବଂ ପାରାଦୀପ, ଧାମରା, ଗୋପାଳପୁର ଭଳି ବନ୍ଦର ଅଞ୍ଚଳଗୁଡ଼ିକ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଉଚ୍ଚ ଅଟ୍ଟାଳିକା ନିର୍ମାଣ ବେଳେ ଭୂକମ୍ପ-ରୋଧୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାକୁ ସତର୍କ କରାଯାଇଛି।

Related Posts

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ଭୋଟରଙ୍କ ମନ ଜିଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ଏବେଠୁ ନିଜ ନିଜର ପ୍ରସ୍ତୁତି ଓ…

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ଚାଷୀଙ୍କ ସୁରକ୍ଷା, ଖରିଫ ଋତୁର ଧାନ/ଚାଉଳ ନ ଉଠିବା ଏବଂ କୃଷକ ସମସ୍ୟାର ବିଫଳତାକୁ ନେଇ ସେପ୍ଟେମ୍ବର ୧୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 19 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 7 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 14 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 11 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 32 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 142 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ