ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ: ସବୁ ଆବେଦନକୁ ଖାରଜ କଲେ ହାଇକୋର୍ଟ

Spread the love

ସୁନ୍ଦରଗଡ଼ ଲାଇଭ୍: ଓଡ଼ିଶାରେ ଗୁଟଖା ଏବଂ ଚିୱିଙ୍ଗ୍ ଟବାକୋ (ଜର୍ଦ୍ଦା/ଖୈନି) ବ୍ୟବସାୟ ନିଷେଧ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ଜାନୁଆରୀ ୨୧ ତାରିଖରେ ଜାରି ହୋଇଥିବା ନିଷେଧାଦେଶ ବିଜ୍ଞପ୍ତିକୁ କୋର୍ଟ କାଏମ ରଖିବା ସହ ଏହା ବିରୋଧରେ ଆଗତ ସମସ୍ତ ପିଟିସନ୍‌କୁ ଖାରଜ କରିଦେଇଛନ୍ତି।

କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ବ୍ୟବସାୟିକ ସ୍ୱାର୍ଥ ଅପେକ୍ଷା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନଧାରଣର ଅଧିକାର ଅଧିକ ଗୁରୁତ୍ୱପୂର୍ଣ୍ଣ। ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟ ସରକାରଙ୍କର ଏକ ମୌଳିକ କର୍ତ୍ତବ୍ୟ, ତେଣୁ ଏହି ବିଜ୍ଞପ୍ତି ସମ୍ପୂର୍ଣ୍ଣ ଆଇନସମ୍ମତ। ଗୋପାଳ ଆରୋମେଟିକ ସମେତ ୪ଟି ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦର୍ଶାଇଥିଲେ ଯେ, ଚିୱିଙ୍ଗ୍ ଟବାକୋ ‘ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ’ (FSSAI) ପରିସରଭୁକ୍ତ ନୁହେଁ। ଏହା ‘କୋଟପା’ (COTPA) ଆଇନ ଅଧୀନରେ ଆସୁଥିବାରୁ ରାଜ୍ୟ ସରକାର ଏହାକୁ ଖାଦ୍ୟ ଦର୍ଶାଇ ବ୍ୟାନ୍ କରିପାରିବେ ନାହିଁ।

ପ୍ରାରମ୍ଭିକ ଶୁଣାଣି ସମୟରେ କୋର୍ଟ ଅନ୍ତରୀଣ ରହିତାଦେଶ (Stay order) ଦେଇଥିଲେ। ମାତ୍ର ଚୂଡ଼ାନ୍ତ ଶୁଣାଣିରେ ବ୍ୟବସାୟୀଙ୍କ ସବୁ ଆବେଦନକୁ ଖାରଜ କରାଯାଇଛି। ଜାନୁଆରୀ ୨୧ର ବିଜ୍ଞପ୍ତି ‘ଖାଦ୍ୟ ସୁରକ୍ଷା ଓ ମାନକ ନିୟମାବଳୀ, ୨୦୧୧’ ଅନୁଯାୟୀ କାର୍ଯ୍ୟକାରୀ ହେବ। ଏହାସହ ଜିଏସ୍‌ଟି (GST) କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନଗୁଡ଼ିକ ଆଇନ ଅନୁସାରେ ପୃଥକ୍ ଭାବେ ବିଚାର କରାଯିବ। ହାଇକୋର୍ଟଙ୍କ ଏହି ରାୟ ପରେ ରାଜ୍ୟରେ ଗୁଟଖା ଓ ତମାଖୁଜାତ ଦ୍ରବ୍ୟର ବିକ୍ରି, ଉତ୍ପାଦନ ଓ ଯୋଗାଣ ସମ୍ପୂର୍ଣ୍ଣ ବେଆଇନ ହୋଇଛି।

Related Posts

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ଭୋଟରଙ୍କ ମନ ଜିଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ଏବେଠୁ ନିଜ ନିଜର ପ୍ରସ୍ତୁତି ଓ…

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ଚାଷୀଙ୍କ ସୁରକ୍ଷା, ଖରିଫ ଋତୁର ଧାନ/ଚାଉଳ ନ ଉଠିବା ଏବଂ କୃଷକ ସମସ୍ୟାର ବିଫଳତାକୁ ନେଇ ସେପ୍ଟେମ୍ବର ୧୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 20 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 8 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 14 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 12 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 32 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 142 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ