ଜେଲ୍‌ରୁ ମୁକୁଳିଲେ ବିକ୍ରମ ପଣ୍ଡା: ବାଜାବାଣ ସହ ସ୍ୱାଗତ କଲେ ବିଜେଡି କର୍ମୀ

Spread the love

ସୁନ୍ଦରଗଡ଼ ଲାଇଭ୍: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ସନ୍ଧ୍ୟାରେ ଜେଲ୍‌ରୁ ବାହାରିଛନ୍ତି। ଓଡ଼ିଶା ହାଇକୋର୍ଟରୁ ଜାମିନ ମଞ୍ଜୁର ହେବା ପରେ ସେ ଜେଲ୍‌ରୁ ମୁକୁଳିଛନ୍ତି। ତାଙ୍କ ମୁକ୍ତି ପରେ ବିଜେଡି ନେତା ଓ କର୍ମୀମାନେ ବାଜାବାଣ ଓ ଶୋଭାଯାତ୍ରା ସହ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରିଛନ୍ତି। ଜେଲ୍‌ରୁ ବାହାରିବା ପରେ ଶ୍ରୀ ପଣ୍ଡା ଭାବବିହ୍ୱଳ ହୋଇ ଗଣମାଧ୍ୟମକୁ କହିଛନ୍ତି— “ମୋତେ ସତ୍ୟ ଓ ନ୍ୟାୟ ମିଳିଛି। ମୁଁ ଦଳ ଏବଂ ଗଞ୍ଜାମର ବିକାଶ ପାଇଁ ସଦାସର୍ବଦା କାମ କରିଆସିଛି। ଆଗାମୀ ଦିନରେ ବିଜେଡି ସୁପ୍ରିମୋଙ୍କ ମାର୍ଗଦର୍ଶନରେ ଆହୁରି ନିଷ୍ଠାର ସହ କାମ କରିବି।”

ଶ୍ରୀ ପଣ୍ଡାଙ୍କ ଗିରଫଦାରୀ ସମୟରେ ତାଙ୍କୁ ଗିରଫର କାରଣ ସମ୍ପର୍କରେ ଜଣାଯାଇ ନଥିଲା। ଗିରଫଦାରୀ ଅଧିକାରୀ ଆଇନଗତ ପ୍ରକ୍ରିୟା ସଠିକ୍ ଭାବେ ପାଳନ କରିନଥିବା କୋର୍ଟରେ ସ୍ପଷ୍ଟ ହୋଇଥିଲା। ସମ୍ବିଧାନର ଧାରା ୨୧(୧), ୨୨(୧) ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୪୭ ଓ ୪୮ ଅନୁଯାୟୀ କାରଣ ନଜଣାଇ ଗିରଫ କରିବା ନାଗରିକଙ୍କ ମୌଳିକ ଅଧିକାରର ଉଲ୍ଲଂଘନ। ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଏବଂ ଆଇନଗତ ବ୍ୟବସ୍ଥାକୁ ଆଧାର କରି ହାଇକୋର୍ଟ ଏହି ଗିରଫଦାରୀକୁ ବେଆଇନ/ଅବୈଧ ଘୋଷଣା କରିବା ସହ ତାଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।

Related Posts

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ଭୋଟରଙ୍କ ମନ ଜିଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ଏବେଠୁ ନିଜ ନିଜର ପ୍ରସ୍ତୁତି ଓ…

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ରାଜ୍ୟରେ ଚାଷୀଙ୍କ ସୁରକ୍ଷା, ଖରିଫ ଋତୁର ଧାନ/ଚାଉଳ ନ ଉଠିବା ଏବଂ କୃଷକ ସମସ୍ୟାର ବିଫଳତାକୁ ନେଇ ସେପ୍ଟେମ୍ବର ୧୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କିସାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 19 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 7 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 13 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 11 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 31 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 142 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ