ନବଦିନାତ୍ମକ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବେ ଶ୍ରୀଜିଉ

Spread the love

ସୁନ୍ଦରଗଡ଼ ଲାଇ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରର ଶରଧାବାଲିରେ ଦୀର୍ଘ ନଅଦିନିଆ ଲୀଳାଖେଳା ସାଙ୍ଗ କରି ଅଲୌକିକ ପ୍ରେମ ଓ ଭକ୍ତିର ଅମୃତ ବାଣ୍ଟିବା ପରେ, ସ୍ୱଧାମ ଶ୍ରୀମନ୍ଦିରକୁ ବାହୁଡ଼ିବା ପାଇଁ ରଥାରୂଢ଼ ହେଉଛନ୍ତି ବ୍ରହ୍ମାଣ୍ଡର ଠାକୁର ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଗିନୀ ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ। ଏହି ଆଧ୍ୟାତ୍ମିକ ଓ ଭାବମୟ ଅବସରରେ ପୁରୀର ପବିତ୍ର ବଡ଼ଦାଣ୍ଡ ଭକ୍ତଙ୍କ ଗଗନପବନ କମ୍ପାଇ ଦେଉଥିବା ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି। ଦେଶ ଓ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷ ସାକ୍ଷୀ ହେବା ପାଇଁ ଶ୍ରୀକ୍ଷେତ୍ରରେ ପଦାର୍ପଣ କରିଛନ୍ତି।

ଅପରାହ୍ଣ ଗୋଟାଏ ବାଜିସାରିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ନୀତି ନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ପବିତ୍ର ଧାଡ଼ି ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ଶ୍ରୀଜୀଉମାନେ ଗୁଣ୍ଡିଚା ଘରର ଆଡ଼ପ ମଣ୍ଡପରୁ ବାହାରି ଟାହିଆ ହଲାଇ ଗୋଟିଏ ପରେ ଗୋଟିଏ ତିନି ରଥକୁ ବିଜେ କରୁଛନ୍ତି। ପହଣ୍ଡି ସମାପ୍ତ ହେବା ପରେ ଶ୍ରୀନହରରୁ ଗଜପତି ମହାରାଜା ଆସି ତିନି ରଥରେ ସୁନା ଖଡ଼ିକାରେ ପବିତ୍ର ଛେରା ପହଁରା ନୀତି ସମ୍ପାଦନ କରିବେ। ଏହି ସବୁ ଅନୁଷଙ୍ଗିକ ନୀତି ସମ୍ପୂର୍ଣ୍ଣ ହେବା ପରେ ଅପରାହ୍ଣ ୪ଟାରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ତିନି ରଥ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ଟଣା ଆରମ୍ଭ ହେବ।

ଏହି ବିଶାଳ ଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରୁଖୁରୁ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୨୨୦ ପ୍ଲାଟୁନ୍ ପୁଲିସ ଫୋର୍ସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ଶହ ଶହ ବରିଷ୍ଠ ପୁଲିସ ଅଧିକାରୀ ମୁତୟନ ଅଛନ୍ତି। ସମଗ୍ର ପୁରୀ ସହର ଓ ବଡ଼ଦାଣ୍ଡ ଉପରେ ସିସିଟିଭି, ଡ୍ରୋନ୍ କ୍ୟାମେରା ଏବଂ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ କଡ଼ା ନଜର ରଖାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା, ଆଶୁ ଚିକିତ୍ସା ଓ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଦୀର୍ଘ ଅପେକ୍ଷା ପରେ ପୁଣିଥରେ ନିଜ ଆଡ଼ପ ମଣ୍ଡପ ଛାଡ଼ି ଶ୍ରୀମନ୍ଦିରର ରତ୍ନସିଂହାସନ ଅଭିମୁଖେ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହି ଭାବପୂର୍ଣ୍ଣ ସମୟକୁ ଆଖିରେ ସାଉଁଟି ରଖିବା ପାଇଁ ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଗୋଟିଏ ବିଶାଳ ଭକ୍ତ ସମୁଦ୍ର ସୃଷ୍ଟି ହୋଇଛି। ହରିବୋଲ, ଜୟ ଜଗନ୍ନାଥ ଧ୍ୱନି, ଶଙ୍ଖ, ଘଣ୍ଟ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଜଗତର ନାଥ କାଳିଆ ସାଆନ୍ତଙ୍କ ରଥ ଉପରେ ଅପରୂପ ଓ ନୟନଭୁଲା ବେଶ ଦର୍ଶନ କରି ଭକ୍ତମାନଙ୍କ ଆଖିରୁ ଆନନ୍ଦାଶ୍ରୁ ବହିଚାଲିଛି। ମହାପ୍ରଭୁଙ୍କ ଗୋଟିଏ ଝଲକ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମନ ଆଜି ଭକ୍ତି, ଭାବ ଓ ସମର୍ପଣରେ ପରିପୂର୍ଣ୍ଣ ହୋଇଉଠିଛି।

Related Posts

ଆଜି ‘ନୀଳାଦ୍ରି ବିଜେ’: ନୀଳକନ୍ଦରକୁ ବାହୁଡ଼ିବେ ନୀଳମଣି

Spread the love

Spread the loveସୁନ୍ଦରଗଡ଼ ଲାଇଭ୍: ସଦାଶିବ ଜଗନ୍ନାଥଙ୍କର ଆଉ ଏକ ମାନବୀୟ ଲୀଳାର ଅବସାନ ଘଟିବାକୁ ଯାଉଛି। ଦୀର୍ଘ ୨୭ ଦିନ ଧରି ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦି ଆଜି ପୁଣି ଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆବିର୍ଭାବରେ ହସିଉଠିବ। ସ୍ନାନଯାତ୍ରା ପରର ଅଣସର…

ମହଣ ମହଣ ସୁନାରେ ଝଟକୁଛନ୍ତି ମହାପ୍ରଭୁ: ଜଗତ ଦେଖିଲା ଶ୍ରୀଜଗନ୍ନାଥଙ୍କ ଦୁର୍ଲ୍ଲଭ ସୁନାବେଶ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍: ପବିତ୍ର ବାହୁଡ଼ା ଯାତ୍ରା ଶେଷ ହେବା ପରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଏକ ଦିବ୍ୟ ଓ ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ଶ୍ରୀମନ୍ଦିର ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ଆଜି ତିନି ରଥ ଉପରେ ସୁନାବେଶରେ ଝଟକିଛନ୍ତି…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 21 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 9 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 15 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 13 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 33 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 144 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ