RBI ଦେଲା ସବୁଜ ସଙ୍କେତ: ଖୁବ୍‌ଶୀଘ୍ର ଭାରତରେ ନେଣଦେଣ ହେବ ପ୍ଲାଷ୍ଟିକ୍ ନୋଟ୍!

Spread the love

ସୁନ୍ଦରଗଡ଼ ଲାଇଭ୍: ଭାରତୀୟ ବଜାରକୁ ଆସିବାକୁ ଯାଉଛି ପ୍ଲାଷ୍ଟିକ୍ ବା ପଲିମର ନୋଟ୍। ବହୁଦିନର ଚର୍ଚ୍ଚା ପରେ ଏବେ ଏହି ଯୋଜନା ଉପରେ କେନ୍ଦ୍ର ସରକାର ମୋହର ମାରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଏକ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ପ୍ରଥମ ପର୍ଯ୍ୟାୟରେ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍‌ର କ୍ଷେତ୍ର ପରୀକ୍ଷଣ କରାଯିବ।

ସାଂସଦ ରାମପ୍ରୀତ ମଣ୍ଡଳ ଏବଂ କୃଷ୍ଣା ଦେବୀ ଶିବଶଙ୍କର ପଟେଲଙ୍କ ପ୍ରଶ୍ନର ଉତ୍ତର ଦେଇ ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ପ୍ଲାଷ୍ଟିକ୍ ନୋଟ୍ ଆସିବା ଦ୍ୱାରା ପୁରୁଣା କାଗଜ ନୋଟ୍ ବନ୍ଦ ହେବ ନାହିଁ, ବରଂ ଦୁଇଟିଯାକ ନୋଟ୍ ବଜାରରେ ଏକାଠି ଚାଲିବ। ଏହାସହ କ୍ୟାଶ୍ ଏବଂ ଡିଜିଟାଲ୍ ପେମେଣ୍ଟ ମଧ୍ୟ ପରସ୍ପରର ପରିପୂରକ ଭାବେ କାର୍ଯ୍ୟ କରିବ। ଏହି କ୍ଷେତ୍ର ପରୀକ୍ଷଣ ସଫଳ ହେଲେ ଭବିଷ୍ୟତରେ ବଡ଼ ଆକାରରେ ପ୍ଲାଷ୍ଟିକ୍ ନୋଟ୍ ଜାରି କରାଯିବ।

ସାଧାରଣତଃ ୧୦ ଓ ୨୦ ଟଙ୍କିଆ କାଗଜ ନୋଟ୍ ବହୁତ ଶୀଘ୍ର ଖରାପ ହୋଇଯାଉଥିବାରୁ ସରକାର ଏହି ପଦକ୍ଷେପ ନେଉଛନ୍ତି। ପ୍ଲାଷ୍ଟିକ୍ ନୋଟ୍ ଅଧିକ ଦିନ ତିଷ୍ଠି ରହିବା ଦ୍ୱାରା ବାରମ୍ବାର ନୂଆ ନୋଟ୍ ଛାପିବା ଏବଂ ପୁରୁଣା ନୋଟ୍ ନଷ୍ଟ କରିବାର ଖର୍ଚ୍ଚ ହ୍ରାସ ପାଇବ। ଏହାଛଡ଼ା ଏହି ନୋଟ୍‌ରେ ସ୍ୱଚ୍ଛ ୱିଣ୍ଡୋ ଓ ସ୍ୱତନ୍ତ୍ର ସୁରକ୍ଷା ସୂତ୍ର ଭଳି ଆଧୁନିକ ବ୍ୟବସ୍ଥା ରହିବ, ଯାହାଦ୍ୱାରା ନକଲି ନୋଟ୍ ତିଆରି କରିବା ଅସମ୍ଭବ ହୋଇପଡ଼ିବ।

ଏହି ପରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ବିଭିନ୍ନ ଅଞ୍ଛଳର ପାଣିପାଗ, ଆର୍ଦ୍ରତା ଏବଂ ଲୋକଙ୍କ ବ୍ୟବହାର ଶୈଳୀରେ ଏହି ନୋଟ୍‌ଗୁଡ଼ିକ କେତେ ଦୂର ଫଳପ୍ରଦ ହେଉଛି ତାହା ଯାଞ୍ଚ କରିବା। ଏଥିପାଇଁ RBI ପ୍ରଥମେ ଦେଶର ବିଭିନ୍ନ ଭାଗରେ ବହୁ ସଂଖ୍ୟାରେ ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ପ୍ରସାରିତ କରିବ।

Related Posts

ସରକାରୀ ବିଭାଗ ବିରୋଧରେ ୭୦,୫୮୪ ଦୁର୍ନୀତି ଅଭିଯୋଗ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ଗତ ବର୍ଷ ଦେଶର ବିଭିନ୍ନ ସରକାରୀ ସଂସ୍ଥା ଓ ମନ୍ତ୍ରଣାଳୟଗୁଡ଼ିକ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଥିବା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ମୋଟ…

ନେପାଳରେ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୩୩୨କୁ ବୃଦ୍ଧି

Spread the love

Spread the loveସୁନ୍ଦରଗଡ଼ ଲାଇଭ୍: ନେପାଳର ରସୁୱା ଅଞ୍ଚଳରେ ଘଟିଥିବା ପ୍ରଳୟକାରୀ ବନ୍ୟା ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୩୨ରେ ପହଞ୍ଚିଥିବା ବେଳେ ୧୫୦୦ରୁ ଅଧିକ ଲୋକ ନିଖୋଜ ଥିବାରୁ ଏହି ସଂଖ୍ୟା ଆହୁରି…

Leave a Reply

Your email address will not be published. Required fields are marked *

You Missed

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 20 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 7 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 14 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

  • By admin
  • September 6, 2026
  • 12 views
୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ

ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • By admin
  • September 5, 2026
  • 32 views
ଶିକ୍ଷକ ଆନ୍ଦୋଳନ ସମସ୍ୟାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ

  • By admin
  • September 5, 2026
  • 142 views
ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ