ସୁନ୍ଦରଗଡ଼ ଲାଇଭ୍: ତିନି ଦିନିଆ ଓଡ଼ିଶାରେ ଗସ୍ତରେ ଆସି ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୁରକ୍ଷାର କଡ଼ା ପଦକ୍ଷେପ ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ଅବତରଣ କରିବା ପରେ ବିମାନବନ୍ଦରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।

ବିମାନବନ୍ଦରରୁ ସୀଧାସଳଖ ଲୋକଭବନ ଯିବା ପରେ ରାଷ୍ଟ୍ରପତି ସଡ଼କ ପଥରେ କଟକର ବାଆଁରା ସ୍ଥିତ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ ଯୋଗଦେବା ପାଇଁ ପ୍ରସ୍ଥାନ କରିଥିଲେ।

ମଙ୍ଗଳବାର ସକାଳ ୯ଟାରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀଙ୍କ ଆଶୀର୍ବାଦ ନେବେ। ପୂଜାର୍ଚ୍ଚନା ଶେଷ କରି ବ୍ରହ୍ମପୁର ଫେରିବା ପରେ ଗୋଳନ୍ଥରା ଆର୍ମି ଏଡି କଲେଜରେ ତାଙ୍କର ରାତ୍ରିଯାପନ କାର୍ଯ୍ୟକ୍ରମ ରହିଛି। ଗସ୍ତର ଅନ୍ତିମ ଦିନ ଅର୍ଥାତ ବୁଧବାର ସକାଳେ ସ୍ୱତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱର ଆସି ସେଠାରୁ ଦିଲ୍ଲୀ ଫେରିଯିବାର ସୂଚନା ରହିଛି।






