ହଟ୍ଟଗୋଳ ଭିତରେ ସରିଲା ଲୋକସଭାର ମୌସୁମୀ ଅଧିବେଶନ

Spread the love

ସୁନ୍ଦରଗଡ଼ ଲାଇଭ୍: ଅବିରତ ହଙ୍ଗାମା ଓ ନାରାବାଜି ଭିତରେ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଅଧିବେଶନର ଅନ୍ତିମ ଦିବସରେ ଗୃହ କାର୍ଯ୍ୟ ମାତ୍ର ଏକ ମିନିଟ୍ ଚାଲିବା ପରେ ବାଚସ୍ପତି ଓମ୍ ବିର୍ଲା ‘ବନ୍ଦେ ମାତରମ୍’ ଗାନ କରାଇ ଲୋକସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଉଭୟ ଶାସକ ଓ ବିରୋଧୀ ଦଳର ପ୍ରମୁଖ ସାଂସଦମାନେ ଗୃହରେ ଉପସ୍ଥିତ ଥିଲେ।

ଗତ ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ NEET ପେପର ଲିକ୍ ଓ ଛାତ୍ର ଆନ୍ଦୋଳନ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ କ୍ରମାଗତ ଭାବେ ସରଗରମ ରହିଥିଲା। ଆନ୍ଦୋଳନରତ ଛାତ୍ରଙ୍କ ଉପରେ ପାଲେଟ୍ ଗନ୍ ଚଳାଯାଇଥିବା ଅଭିଯୋଗ ଆଣି ରାହୁଲ ଗାନ୍ଧୀ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ, ଅମିତ ଶାହ ଜନ୍ତର-ମନ୍ତର ପ୍ରଦର୍ଶନ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ଗୃହ ଭିତରେ ଏବଂ ସଂସଦ ପରିସରରେ ଶାସକ-ବିରୋଧୀଙ୍କ ଜୋରଦାର ପ୍ରତିବାଦ ଓ ବିକ୍ଷୋଭ ସହ ମୌସୁମୀ ଅଧିବେଶନର ଯବନିକା ପଡ଼ିଛି।

Related Posts

ସରକାରୀ ବିଭାଗ ବିରୋଧରେ ୭୦,୫୮୪ ଦୁର୍ନୀତି ଅଭିଯୋଗ

Spread the love

Spread the loveସୁନ୍ଦରଗଡ଼ ଲାଇଭ୍ : ଗତ ବର୍ଷ ଦେଶର ବିଭିନ୍ନ ସରକାରୀ ସଂସ୍ଥା ଓ ମନ୍ତ୍ରଣାଳୟଗୁଡ଼ିକ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଥିବା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ମୋଟ…

ନେପାଳରେ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୩୩୨କୁ ବୃଦ୍ଧି

Spread the love

Spread the loveସୁନ୍ଦରଗଡ଼ ଲାଇଭ୍: ନେପାଳର ରସୁୱା ଅଞ୍ଚଳରେ ଘଟିଥିବା ପ୍ରଳୟକାରୀ ବନ୍ୟା ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୩୨ରେ ପହଞ୍ଚିଥିବା ବେଳେ ୧୫୦୦ରୁ ଅଧିକ ଲୋକ ନିଖୋଜ ଥିବାରୁ ଏହି ସଂଖ୍ୟା ଆହୁରି…

Leave a Reply

Your email address will not be published. Required fields are marked *

You Missed

ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

  • By admin
  • September 7, 2026
  • 17 views
ଆଉ ବଢ଼ିବନି ଧାନ ରେଜିଷ୍ଟ୍ରେସନ ଅବଧି: ସମବାୟ ମନ୍ତ୍ରୀ

ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

  • By admin
  • September 7, 2026
  • 8 views
ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଓଡ଼ିଆରେ ପଢ଼ାହେବ ବିଜ୍ଞାନ ଓ ବାଣିଜ୍ୟ

ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

  • By admin
  • September 7, 2026
  • 6 views
ଖୁବଶୀଘ୍ର ହେବ ଛାତ୍ର ସଂସଦ ନିର୍ବାଚନ!

ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

  • By admin
  • September 6, 2026
  • 23 views
ପଞ୍ଚାୟତ ଦଖଲ ପାଇଁ ତିନି ଦଳର ଅଙ୍କକଷା

କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

  • By admin
  • September 6, 2026
  • 10 views
କୃଷକଙ୍କ ସୁରକ୍ଷା ନେଇ ୧୫ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି

  • By admin
  • September 6, 2026
  • 17 views
ଦେଶରେ ମ୍ୟାଲେରିଆରେ ଓଡ଼ିଶା ପ୍ରଥମ: ଦମନ ପାଇଁ ଆସିବ ନୂଆ ରଣନୀତି